ଭୁବନେଶ୍ବର: ରିମାଣ୍ଡରେ ଥିବା ଆନ୍ଧ୍ର ପୁର୍ବତନ ବିଧାୟକଙ୍କ ଖୋଲୁଛି ଗୁମର। ମିଳିଲା ଚିଟଫଣ୍ଡ ଟଙ୍କାର ମନିଟ୍ରେଲ ଲିଙ୍କ। ନିବେଶ ଟଙ୍କାରେ ଓଡିଶାରେ ନିର୍ମାଣ ହୋଇଛି ହୋଟେଲ, ଫାର୍ମ ହାଉସ ଓ ଅନେକ ମୁଲ୍ୟବାନ ଜମି। ଯାହାକି ରିମାଣ୍ଡ ବେଳେ ନିଜେ ଇଓଡବ୍ଲୁ ଆଗରେ ମାନିଛନ୍ତି ଏମଭି ପ୍ରସାଦ।
ଏସବୁ ସମ୍ପତ୍ତି ବାର୍ଜ୍ଯାପ୍ତି ପାଇଁ ଓପିଆଇଡି କୋର୍ଟକୁ ଜଣାଇବାକୁ ପ୍ରସ୍ତୁତ ହୋଇଛି ଇଓଡବ୍ଲୁ ଟିମ। କିଭଳି ଚିଟଫଣ୍ଡ ଟଙ୍କାରେ ଓଡିଶାରେ ବିନିଯୋଗକରୀ ତିଆରି କରିଥିଲେ ନିଜର କଳା ସାମ୍ରାଜ୍ଯ। ଓଡ଼ିଆ ଲୋକଙ୍କ ଜମା ଟଙ୍କାରେ ନିଜର ଅଚଳାଚଳ ସମ୍ପତ୍ତିର ସାମ୍ରାଜ୍ୟ ତିଆରି କରିଥିଲେ। ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ତିନି ଦିନିଆ ରିମାଣ୍ଡରେ ଆଣି ଏସବୁ ସତ ଓଗାଳିଛନ୍ତି ପୂର୍ବତନ ଆନ୍ଧ୍ର ବିଧାୟକ ମଲ ବିଜୟ ପ୍ରସାଦ।
ଓଡିଶାରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଅଫିସ ଖୋଲି ଶୀଘ୍ର ରିଟର୍ଣ୍ଣ ଓ ଭାଇଜାକରେ ଜମିଦେବ କହି ଓ୍ବେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ ଲୋକଙ୍କଠୁ ଟଙ୍କା ଠକେଇ କରି ଅୟସଆରାମ ଜୀବନ ବିତାଉଥିଲେ। ଠକେଇ ଟଙ୍କାରେ ତେଲୁଗୁ ଫିଲ୍ମ ନିର୍ମାଣ କରିଥିଲେ । ଆଉ ଫିଲ୍ମ ଦୁନିଆରୁ ପଲଟିକାଲ କ୍ୟାରିୟର ପର୍ଯ୍ୟନ୍ତ ସବୁଥିରେ ମାହିର ଥିଲେ। ଏନେଇ ୧୫୦ରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗତ ୮ ସେପ୍ଟେମ୍ବରରେ ଆନ୍ଧ୍ରରୁ ଗିରଫ କରିଥିଲା ଇଓଡବ୍ଲୁ ଟିମ । ପରେ ଗତ ବୁଧବାର ଦିନ ତିନିଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯାଉଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ