ETV Bharat / city

ଧରାପୃଷ୍ଠକୁ ଆସୁଛନ୍ତି ଦଶଭୂଜା, ଆକର୍ଷଣୀୟ ମଣ୍ଡପରେ ଝଲସିବ ରାଜଧାନୀ - ରାଜଧାନୀରେ ଦୁର୍ଗାପୂଜା

ଦୁର୍ଗାପୂଜାକୁ ନେଇ ଭୁବନେଶ୍ବରରେ ନିର୍ମାଣ ହେଉଛି ଆକର୍ଷଣୀୟ ତୋରଣ । ସହିଦନଗର ପୂଜା ମଣ୍ଡପରେ ଚଳିତ ଥର ଶୋଭା ପାଇବ 70ଫୁଟ ଉଚ୍ଚ ଓ 120ଫୁଟ ଓସାର ବିଶିଷ୍ଟ ଲକ୍ଷ୍ନୌ ରାଜପ୍ରସାଦ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 16, 2019, 3:11 AM IST

ଭୁବନେଶ୍ବର: ଶରତ ଆକାଶରେ କଳାମେଘର ବାଦଲ ଅପସରି ଯାଉଥିବା ବେଳେ ନୀଳ ଗଗନରେ ଧଳା ବାଦଲର ମନଲୋଭା ଦୃଶ୍ୟ ଧରାପୃଷ୍ଠକୁ ଦଶଭୂଜା ମା’ ଆଦ୍ୟାଶକ୍ତିଙ୍କ ଆବିର୍ଭାବକୁ ପ୍ରତୀକ୍ଷା କରିଛି । ଏହା ସାଙ୍ଗକୁ ମଳୟ ପବନର ସୂକ୍ଷ୍ମ ଆଲିଙ୍ଗନରେ ନଦୀ ପଠା ଓ ବିଲ ପ୍ରାନ୍ତରେ କାଶତଣ୍ଡି ଫୁଲର ଧବଳ ଆସ୍ତରଣ ସତେ ଆନନ୍ଦରେ ନୃତ୍ୟ କରୁଥିବା ପ୍ରତୀୟମାନ ହେଉଛି । ମା'ଙ୍କର ସ୍ୱାଗତ ପାଇଁ ଧରଣୀ ରାଣୀ ସବୁଜିମାର ଶାଢୀରେ ସତେଜ ସତେଜ ଲାଗୁଥିବା ବେଳେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାଜଧାନୀରେ ମହାମାୟାଙ୍କ ସ୍ୱାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମାଟି ଅନୁକୂଳ ପରେ ପରେ ମା'ଙ୍କର ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣରେ କାରିଗର ଲାଗି ଗଲେଣି । ଆଉ ତା ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପର ଆୟୋଜକମାନେ ନିର୍ମାଣ କରୁଛନ୍ତି ଆକର୍ଷଣୀୟ ତୋରଣ । ବିଶେଷତଃ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ସହିଦନଗରରେ ଚଳିତ ବର୍ଷ 70ଫୁଟ ଉଚ୍ଚ ଓ 120ଫୁଟ ଓସାର ବିଶିଷ୍ଟ ଲକ୍ଷ୍ନୌ ରାଜପ୍ରସାଦ ଶୋଭା ପାଇବ ବୋଲି କହିଛନ୍ତି କମିଟି ସମ୍ପାଦକ ନାରାୟଣ ମହାପାତ୍ର । ଏଥିପାଇଁ 30 ଲକ୍ଷ ଟଙ୍କାର ବଜେଟ ରହିଛି ।

ଏହି ତୋରଣ ବାଉଁଶ, ଫାଇବର ଓ କପଡାରେ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ଏଥର ସହିଦନଗର ପୂଜାମଣ୍ଡପରେ ମା' ଚାନ୍ଦି ମେଢ଼ ସାଙ୍ଗକୁ ସୁନା ମୁକୁଟରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ସମ୍ପାଦକ କହିଛନ୍ତି । ସେହିପରି ଷ୍ଟେସନ ବଜାର ପୂଜା ମଣ୍ଡପ ବାହାର ପଟୁ ଲୋକଙ୍କୁ ଅଜନ୍ତା ଓ ଏଲୋରା ଗୁମ୍ଫା ଭଳି ଦୃଶ୍ୟମାନ ହେବ । କିନ୍ତୁ ଏହାର ଆଭ୍ୟନ୍ତରରେ ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କ ଜୀବନଶୈଳୀକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ଏହି ଅନୁଷ୍ଠାନର ସମ୍ପାଦକ ଦୀପକ ଜେନା । ଏଥିପାଇଁ 50 ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ ହୋଇଥିବା ବେଳେ ଲୋକମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି ।

ରାଜଧାନୀର ଅନ୍ୟତମ ଆକର୍ଷଣ ରସୁଲଗଡ଼ ପୂଜା ମଣ୍ଡପରେ ମା’ ଦୁର୍ଗା ଫୁଲ ମହଲରେ ବିରାଜମାନ କରିବେ । ଏଥିପାଇଁ ଲୋକେ 9ଫୁଟ ଉପରକୁ ଚଢିବା ସହିତ 9 ଫୁଟ ତଳକୁ ଓଲ୍ହାଇ ମା'ଙ୍କ ଦର୍ଶନ ପାଇପାରିବେ ବୋଲି ପୂଜା କମିଟିର ସଭାପତି ଅନୀଲ ବଳିୟାର ସିଂହ କହିଛନ୍ତି । କମିଟି ପକ୍ଷରୁ ଏଥର 30ଲକ୍ଷ ବଜେଟ ଥିବା ବେଳେ ମଣ୍ଡପ ଅଞ୍ଚଳକୁ ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ନୂଆପଲ୍ଲୀ ପୂଜା ମଣ୍ଡପକୁ ଏଥର 85 ଫୁଟ ଉଚ୍ଚ ଓ 120 ଫୁଟ ଓସାର ବିଶିଷ୍ଟ ରାଜସ୍ଥାନର ପଦ୍ମାବତୀ ପ୍ୟାଲେସରେ ଝଲସାଇବା ପାଇଁ 70ଜଣ କାରିଗର ଦିନ ରାତି କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି । ଏଥିପାଇଁ 15 ଲକ୍ଷରୁ ଉର୍ଦ୍ଧ୍ବ ବଜେଟ ଥିବା ବେଳେ ଅନେକ ଦାତା ସ୍ୱଇଛାରେ ବିଭିନ୍ନ କାର୍ଯ୍ୟ କରାଇ ଦେବାର ପ୍ରତିଶୃତି ଦେଇଥିବା କହିଛନ୍ତି ଅନୁଷ୍ଠାନର ସଭାପତି ପବିତ୍ର ମୋହନ ବେହେରା ।

ରାଜଧାନୀରେ ଆୟୋଜିତ ହେଉଥିବା ମା' ଜଗତଜନନୀଙ୍କ ଏହି ପାର୍ବଣକୁ ସମସ୍ତେ ଆନନ୍ଦର ସହ ଉପଭୋଗ କରିବା ସହ ଦେବୀ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ସବୁ କମିଟି ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ ହୋଇଥିବା ଜଣାପଡିଛି । ଏହା ସହିତ ଏଥର ସବୁ ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ ,ଇଟିଭି ଭାରତ

Intro:ଶରତ ଆକାଶରେ କଳାମେଘର ବାଦଲ ଅପସରି ଯାଉଥିବାବେଳେ ନୀଳ ଗଗନେ ଧଳା ବାଦଲର ମନଲୋଭା ଦୃଶ୍ୟ ଧରାପୃଷ୍ଠକୁ ଦଶଭୁଜା ମା ଆଦ୍ୟାଶକ୍ତିଙ୍କ ଆବିର୍ଭାବର ସୂଚନା ପ୍ରଦାନ କରୁଛି।ତା ସାଙ୍ଗକୁ ମଳୟ ପବନର ସୂକ୍ଷ୍ମ ଆଲିଙ୍ଗନେ ନଦୀପଠା ଓ ବିଲ ପ୍ରାନ୍ତରେ କାଶତଣ୍ଡି ଫୁଲ ର ଧବଳ ଆସ୍ତରଣ ସତେ ଆନନ୍ଦରେ ନୃତ୍ୟକରୁଥିବା ପ୍ରତୀୟମାନ ହେଉଛି।ତାଙ୍କର ସ୍ୱାଗତ ପାଇଁ ଧରଣୀ ରାଣୀ ସବୁଜିମାର ଶାଢୀରେ ସତେଜ ସତେଜ ଲାଗୁଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ମଧ୍ୟ ତାଙ୍କର ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Body:ରାଜଧାନୀରେ ମହାମାୟାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପୂଜାମଣ୍ଡପ ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।ମାଟି ଅନୁକୂଳ ପରେ ପରେ ମା ଙ୍କର ମୃଣ୍ମୟୀ ମୂର୍ତି ନିର୍ମାଣରେ କାରିଗର ଲାଗିଗଲେଣି।ଆଉ ତା ସାଙ୍ଗକୁ ଲୋକମାନଙ୍କୁ ମଣ୍ଡପ ନିକଟକୁ ଆକୃଷ୍ଟ କରି ଆଣିବାକୁ ବିଭିନ୍ନ ପୂଜାମଣ୍ଡପର ଆୟୋଜକମାନେ ମଧ୍ୟ ଆକର୍ଷଣୀୟ ତୋରଣ ନିର୍ମାଣ କରୁଥିବା ପ୍ରକାଶ କରିଛନ୍ତି।ବିଶେଷତଃ ରାଜଧାନୀର ପ୍ରମୁଖ ପୂଜାମଣ୍ଡପ ଯଥା ଶହୀଦ ନଗର ରେ ଚଳିତ ବର୍ଷ 70ଫୁଟ ଉଚ୍ଚଓ 120ଫୁଟ ଓସାର ବିଶିଷ୍ଟ ଲକ୍ଷନୋ ରାଜପ୍ରସାଦ ଶୋଭାପାଇବ ବୋଲି କହିଛନ୍ତି କମିଟିର ସମ୍ପାଦକ ନାରାୟଣ ମହାପାତ୍ର।ଯେଉଁଥିପାଇଁ 30 ଲକ୍ଷ ଟଙ୍କାର ବଜେଟ ରହିଥିବାବେଳେ ଏହା ବାଉଁଶ,ଫାଇବର ଓ କପଡା ବତୀରେପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।ଏଥର ଏଠାରେ ମା ଚାନ୍ଦି ମେଢ଼ ସାଙ୍ଗକୁ ସୁନା ମୁକୁଟରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ସେ କହିଛନ୍ତି।ସେହିପରି ଷ୍ଟେସନ ବଜାର ପୂଜାମଣ୍ଡପ ବାହାରପଟୁ ଲୋକଙ୍କୁ ଅଜନ୍ତା ଓ ଏଲୋରା ଗୁମ୍ଫା ଭଳି ଦୃଶ୍ୟମାନହେବ।କିନ୍ତୁ ଏହାର ଆଭ୍ୟନ୍ତରରେ ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କ ଜୀବନଶୈଳୀକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ଏହି ଅନୁଷ୍ଠାନର ସମ୍ପାଦକ ଦୀପକ ଜେନା।ଏଥିପାଇଁ 50 ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ ହୋଇଥିବାବେଳେ ଲୋକମାଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।
ରାଜଧାନୀର ଅନ୍ୟତମ ଆକର୍ଷଣ ମଣ୍ଡପ ରସୁଲଗଡ଼ ରେ ଫୁଲ ମହଲ ରେ ମା ବିରାଜମାନ କରିବେ।ଯେଉଁଥିପାଇଁ ଲୋକମାନେ 9ଫୁଟ ଉପରକୁ ଚଢିବା ସହିତ 9 ଫୁଟ ତଳକୁ ଓଲ୍ଲହାଇ ମାଙ୍କ ଦର୍ଶନ ପାଇପାରିବେ ବୋଲି ପୂଜାକମିଟିର ସଭାପତି ଅନୀଲ ବଳିୟାର ସିଂ ପ୍ରକାଶ କରିଛନ୍ତି।କମିଟି ପକ୍ଷରୁ ଏଥର 30ଲକ୍ଷ ବଜେଟ ଥିବାବେଳେ ମଣ୍ଡପ ଅଞ୍ଚଳକୁ ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜ୍ଜାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପୂଜାମଣ୍ଡପ ନୁଆପଲ୍ଲୀ ରେ ଏଥର 85 ଫୁଟ ଉଚ୍ଚ ଓ 120 ଫୁଟ ଓସାର ବିଶିଷ୍ଟ ରାଜସ୍ଥାନ ର ପଦ୍ମାବତୀ ପ୍ୟାଲେସ ରେ ଝଲସିବ।ଯାହାକି କଉଡ଼ି,ଶଙ୍ଖ,କପଡା ଓ ପ୍ଲାଏ ରେ ତିଆରି ହେଉଥିବାବେଳେ ଏଥିପାଇଁ 70ଜଣ କାରିଗର ଦିନରାତି କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି।ଏହା ସହିତ ଏଲିଡି ଲାଇଟ ରେ ଦେବାଦେବୀଙ୍କ ବିଭିନ୍ନ ଥିମକୁ ପ୍ରଦର୍ଶନ କରାଯିବ।ଯାହା ପାଇଁ 15 ଲକ୍ଷ ରୁ ଉର୍ଦ୍ଧ୍ବ ବଜେଟ ଥିବାବେଳେ ଅନେକ ଦାତା ସ୍ୱାଇଛାରେ ବିଭିନ୍ନ କାର୍ଯ୍ୟ କରାଇ ଦେବାର ପ୍ରତିଶୃତି ଦେଇଥିବା କହିଛନ୍ତି ଅନୁଷ୍ଠାନର ସଭାପତି ପବିତ୍ର ମୋହନ ବେହେରା। ରାଜଧାନୀରେ ହାତଗଣତି ମଣ୍ଡପ ପକ୍ଷରୁ ରାବଣ ପୋଡି ଆୟୋଜିତ ହେଉଥାଏ।ଯାହାମଧ୍ୟରୁ ଏହା ଅନ୍ୟତମ ।ତେବେ ସୁପ୍ରିମକୋର୍ଟ ର ଗାଇଡ୍ ଲାଇନ ଓ କମିଶନରେଟ ପୋଲିସ ର ବାରଣ ଯୋଗୁ ଏଥିରେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆତସବାଜି ଫୁଟା ନ ଯିବାର ନିଷ୍ପତି ହୋଇଥିବାବେଳେ କେଵଳ ରାବଣ ପୋଡ଼ାଯିବ ବୋଲି ସେ କହିଛନ୍ତି।

ରାଜଧାନୀରେ ଆୟୋଜିତ ହେଉଥିବା ମାତା ଜଗତଜନନୀଙ୍କ ଏହି ପାର୍ବଣ କୁ ସମସ୍ତେ ଆନନ୍ଦର ସହ ଉପଭୋଗ କରିବା ସହ ମାଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ସବୁ କମିଟି ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ ହୋଇଥିବା ଜଣାପଡିଛି।ଏହା ସହିତ ଏଥର ସବୁ ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ଓଡ଼ିଆ ସଂସ୍କୃତିର ରୁଦ୍ଧିମନ୍ତ କରିବା ପାଇଁ ସାସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡିଛି।
ତେଣୁ ମାଙ୍କ ଆବିର୍ଭାବରେ ସାରା ସଂସାର ହସିଉଠିବ,ସବୁରି ମନରୁ ଲିଭିଯିବ ଦୁଃଖ ,ଶୋକ,କ୍ଳାନ୍ତି ଆଉ କଷଣ।ତାଙ୍କର ଆଶୀର୍ବାଦ ପାଇବା କ୍ଷଣି ସବୁକିଛି ସୁଖ ଓ ସଂବୃଦ୍ଧି ରେ ପରିବର୍ତ୍ତନ ହୋଇଯିବ । ତେଣୁ ତାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତି ରେ ଲାଗିପଡିଥିବା ଦେଖିବାକୁ ମିଳୁଛି।
ବାଇଟ-1,2,3,4
ଶହୀଦ ନଗର ପୂଜାକମିଟି ସମ୍ପାଦକ-ନାରାୟଣ ମହାପାତ୍ର
ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ସମ୍ପାଦକ-ଦୀପକ ଜେନା
ରସୁଲଗଡ଼ ଦୁର୍ଗାପୂଜା କମିଟି ସଭାପତି-ଅନୀଲ ବଳିୟାର ସିଂ
ନୟାପଲ୍ଲୀ ଦୁର୍ଗାପୂଜା ସମିତି ସଭାପତି-ପବିତ୍ର ମୋହନ ବେହେରା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସଙ୍କ ସ୍ୱତନ୍ତ୍ର ଉପସ୍ଥାପନା,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.