ଭୁବନେଶ୍ବର: କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ଅବଧି ବୃଦ୍ଧି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । 12ରୁ 16 ସପ୍ତାହ ମଧ୍ୟରେ କୋଭିସିଲଡର ଦ୍ବିତୀୟ ଡୋଜ ଟିକା ନେବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏନେଇ ସମସ୍ତ ଜିଲ୍ଲାପାଳ ମ୍ୟୁନିସିପାଲଟିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡ ମହାମାରୀ ସମୟରେ ଟିକାକରଣକୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି। ଏଥିପାଇଁ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଉଛି । କିନ୍ତୁ ରାଜ୍ୟରେ କୋଭିସିଲ୍ଡ ଟୀକାକରଣକୁ ନେଇ କିଛିଟା ପରିବର୍ତ୍ତନ ହୋଇଛି। ଦ୍ବିତୀୟ ଡୋଜ ନେଉଥିବା ବ୍ୟକ୍ତିଙ୍କ ପାଇଁ ଟିକା ନେବାର ଅବଧିକୁ ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ ନେବାର 12ରୁ 16 ସପ୍ତାହ ମଧ୍ୟରେ କୋଭିସିଲଡର ଦ୍ବିତୀୟ ଡୋଜ ନେଇପାରିବେ।
ଏହାକୁ ନେଇ ରାଜ୍ୟ ଅତିରିକ୍ତ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲଟି ଓ କମିଶନରଙ୍କୁ ଚିଠି ଲେଖିଛନ୍ତି । ଯଦି କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ପାଇଁ ଅନଳାଇନରେ ସ୍ଲଟ ବୁକ୍ ହୋଇସାରିଛି। ସେହି ସମୟରେ କେବଳ ପଞ୍ଜିକୃତ ହିତାଧିକାରୀଙ୍କୁ ଟୀକାକରଣ କରିବାକୁ ଅନୁମତି ଦିଆଯିବ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ