ETV Bharat / city

ନକଲି ଔଷଧ କେଳେଙ୍କାରୀ ଘଟଣା, ୧୦ ଦିନିଆ ରିମାଣ୍ଡରେ ଆସିବ ମୁମ୍ବାଇ ଦଲାଲ - 10 days custody Mumbai pharmaceutical broker

ରିମାଣ୍ଡରେ ଆସିବ ମୁମ୍ବାଇ ଫାର୍ମାସୁଟିକାଲ ଦଲାଲ ସୁଦୀପ ମୁଖାର୍ଜୀ । ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଏସଟିଏଫର ପ୍ରସ୍ତୁତି । ଅଧିକ ପଢନ୍ତୁ...

ରାଜ୍ୟର ନକଲି ଔଷଧ କେଳେଙ୍କାରୀ ଘଟଣା, ୧୦ ଦିନିଆ ରିମାଣ୍ଡରେ ଆସିବ ମୁମ୍ବାଇ ଦଲାଲ

author img

By

Published : Jul 2, 2021, 4:47 PM IST

Updated : Jul 2, 2021, 10:22 PM IST

ଭୁବନେଶ୍ବର: ରାଜ୍ୟରେ ନକଲି କରୋନା ଔଷଧ କାରବାର ଘଟଣା । ରିମାଣ୍ଡରେ ଆସିବ ମୁମ୍ବାଇ ଫାର୍ମାସୁଟିକାଲ ଦଲାଲ ସୁଦୀପ ମୁଖାର୍ଜୀ । ୧୦ଦିନିଆ ରିମାଣ୍ଡରେ ଆଣିବାକୁ ଏସଟିଏଫର ପ୍ରସ୍ତୁତି । ଏନେଇ ଖୁବଶୀଘ୍ର ମୁମ୍ବାଇ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିବ ଏସଟିଏଫ ଟିମ । ପରେ ଅନୁମତି ମିଳିବା ପରେ ଓଡିଶା ଆଣିବ ଏସଟିଏଫ ଟିମ ।

ତେବେ ସୁଦୀପକୁ ପୁର୍ବରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ସେଠାରେ ସେ ଜୁଡିସିଆଲ କଷ୍ଟଡିରେ ଜେଲରେ ରହିଛି । ଔଷଧ କେଳେଙ୍କାରୀ ମାମଲାରେ ପୁର୍ବରୁ ଓଡ଼ିଶାର ମେଡିଲୟଡ ମେଡିସମେଣ୍ଟ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାର ୪ଜଣଙ୍କୁ ଗିରଫ କରିସାରିଛି ଏସଟିଏଫ ଟିମ । ଯେକି ସେହି କମ୍ପାନୀ ରାଜ୍ୟରେ ନକଲି କରୋନା ଔଷଧ କାରବାର ପାଇଁ ହିମାଚଳ ପ୍ରଦେଶର ଏକ ନକଲି କମ୍ପାନୀ ମାକ୍ସ ରିଲଫ ହେଲଥ ସଂସ୍ଥା ସହ ଡିଲ କରିଥିଲା ।

୧୦ଟି ଟାବଲେଟ ଥିବା ଫାଇଲ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶା ବଜାରରେ ବିକ୍ରି ପାଇ ହୋଇଥିଲା ପ୍ଲାନ । ଏଥିପାଇଁ ଓଡିଶା ବଜାରରେ ଫାଭିମାକ୍ସ ୨୦୦ ଓ ଫାଭିମାକ୍ସ ୪୦୦ନାଁରେ ଦୁଇଟି ନକଲି କରୋନା ଔଷଧ ବିକିବାକୁ ପହଞ୍ଚି ସାରିଥିଲା । ଯାହା ଧରାପଡିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 2, 2021, 10:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.