ETV Bharat / city

ଭୁବନେଶ୍ବରରେ ନକଲି ଘିଅ କାରଖାନା, କମିଶନରେଟ ପୋଲିସର ଚଢାଉ ଜାରି - କମିଶନରେଟ ପୋଲିସ

ଭୁବନେଶ୍ବରରେ ନକଲି କାରଖାନା
ଭୁବନେଶ୍ବରରେ ନକଲି କାରଖାନା
author img

By

Published : Jan 12, 2021, 1:32 PM IST

Updated : Jan 12, 2021, 3:59 PM IST

13:29 January 12

ଭୁବନେଶ୍ବରରେ ନକଲି କାରଖାନା, କମିଶନରେଟ ପୋଲିସର ଚଢାଉ ଜାରି

ଭୁବନେଶ୍ବର: କଟକ ପରେ ଭୁବନେଶ୍ବରରେ ନକଲି କାରଖାନା ଠାବ। ନକଲି ଘିଅ ଓ ତେଲ କାରଖାନା ଉପରେ ଚଢ଼ାଉ। ଏୟାରଫିଲଡ଼ ଥାନା କୈବଲ ବିହାରରେ ଚଢ଼ାଉ। କମିଶନରେଟ ପୋଲିସର କ୍ୟୂଏଟି ଓ ଏୟାରଫିଲଡ଼ ଥାନା ପକ୍ଷରୁ ଚଢ଼ାଉ ଜାରି। ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ। ସୁନ୍ଦରପଦାର ତ୍ରୀଲୋଚନ ବିହାରରେ ଚଢାଉ କରାଯାଇଛି । ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ଚଢାଉ କରାଯାଇଛି । 

ପାଖାପାଖି 5 କ୍ବିଣ୍ଟାଲର ସାମଗ୍ରୀ ଜବତ କରାଯାଇଛି । ବ୍ରାଣ୍ଡ ନାଁରେ ବିକ୍ରି କରୁଥିଲେ ନକଲି ସାମଗ୍ରୀ । ବାଲାଜୀ ନଡିଆ ତେଲ, ଦୁର୍ଗା ଘିଅ, ନଡିଆ ତେଲଠାରୁ ଆରମ୍ଭ କରି ବିଭିନ୍ନ ଘିଅ ଓ ତେଲର ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ପାମୋଲିନ୍ ତେଲ ସହ କେମିକାଲ୍  ମିଶାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା । କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଚଢାଉ କରି ସାମଗ୍ରୀ ଜବତ କରିଛି । ଏଥିରେ ଏରୋଡମଫିଲଡ ପୋଲିସ ମଧ୍ୟ ସାହାଯ୍ୟ କରିଛି ।  

ଚଢାଉ କରିବା ପରେ ପୋଲିସ ବିଭିନ୍ନ ଧାରା ଅଧିନରେ ଯାଞ୍ଚ ଆରମ୍ଭ କରିଛି । ବିନା ଟ୍ରେଡ୍ ଲାଇସେନ୍ସରେ କାରବାର, ବେଆଇନ ଭାବେ ବ୍ରାଣ୍ଡର ନାମ ବ୍ୟବହାର କରିବା ଆଦି ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ତେବେ କଟକ ନକଲି ସାମଗ୍ରୀର ହବ୍ ସାଜିଥିବା ବେଳେ 2021 ଆରମ୍ଭରେ ଭୁବନେଶ୍ବରରେ ପ୍ରଥମ ନକଲି ଘିଅ କାରଖାନା ଠାବ ହୋଇଛି । କଟକରେ ପ୍ରାୟ 20ଟି କେସରେ 26 ଜଣଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ବରରେ ଏଭଳି କାରଖାନା ଠାବ ହେବା ପରେ କମିଶନରେଟ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Jan 12, 2021, 3:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.