ETV Bharat / city

ରାଜଧାନୀରେ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା, ଜିଦରେ ଅଟଳ ଦାରୁଠେଙ୍ଗବାସୀ

ଦିନକୁ ଦିନ ବଢ଼ିଚାଲିଛି ଭୁଆଶୁଣି ଡମ୍ପିଂ ୟାର୍ଡ ବିବାଦ, ହେଲେ ସମସ୍ୟା ସମାଧାନର ବାଟ ବାହାରୁନାହିଁ । ସେପଟେ ଆବର୍ଜନାରେ ବେହାଲ ରାଜଧାନୀ । ସେପଟେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ବେଳେ କେଉଁଠି ଅଳିଆ ପଡିବ ସେନେଇ ଚିନ୍ତା ବଢିଛି । ଅଧିକ ପଢ଼ନ୍ତୁ

author img

By

Published : Aug 26, 2022, 9:50 PM IST

dumping yard issue in bhubaneswar
ରାଜଧାନୀରେ ଆବର୍ଜନା ପରିଚାଳନାର ଅବ୍ୟବସ୍ଥା, ଜିଦରେ ଅଟଳ ଦାରୁଠେଙ୍ଗବାସୀ

ଭୁବନେଶ୍ବର: ଜିଦରେ ଅଟଳ ଦାରୁଠେଙ୍ଗବାସୀ । ଭୁଆଶୁଣି ଡମ୍ପିଂୟାର୍ଡରେ ପଡିବ ନାହିଁ ସହରର ଅଳିଆ। ଯାହାକୁ ନେଇ ଆବର୍ଜନାରେ ବେହାଲ ହେଲାଣି ରାଜଧାନୀ ଭୁବନେଶ୍ବର (dumping yard issue in Bhubaneswar) । ଯୁଆଡେ ଦେଖିବେ କୁଢକୁଢ ଅଳିଆ ଆବର୍ଜନା ଜମା ହୋଇ ରହିଛି। ଫଳରେ ବିଗିଡ଼ିବାରେ ଲାଗିଛି ରାଜଧାନୀ ପରିମଳ ବ୍ୟବସ୍ଥା । ସେପଟେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ବେଳେ କେଉଁଠି ଅଳିଆ ପଡିବ ସେନେଇ ଚିନ୍ତା ବଢିଛି (Bhubaneswar struggles with garbage management) ।

ରାଜଧାନୀରେ ଆବର୍ଜନା ପରିଚାଳନାର ଅବ୍ୟବସ୍ଥା

"କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡ଼ି ଆବର୍ଜନା ସଂଗ୍ରହ କରିବ" ଏଭଳି ଘୋଷଣା ପରେ ପୂର୍ବରୁ ପଡ଼ିଥିବା ଡଷ୍ଟବିନ ଠିକା ସଂସ୍ଥା ସେମାନଙ୍କ ଡଷ୍ଟବିନ ଉଠାଇନେଉଛନ୍ତି । ତେଣୁ ଆବର୍ଜନା ରାସ୍ତା କଡ଼ରେ ଗଦା ହେଇପଡିଛି । ତେଣୁ ପ୍ରାୟ ଜାଗାରେ ପ୍ରଚୁର ଦୁର୍ଗନ୍ଧରେ ଫାଟିପଡୁଛି। ସେପଟେ ଭୁଆଶୁଣିରେ ଗାଡି ଯାଉନଥିବାରୁ (bhuasuni dumping yard issue) ସୈନିକ ସ୍କୁଲ ନିକଟସ୍ଥ ଟିଟିଏସରେ ଅଳିଆ ପକାଇବା ପାଇଁ ଗାଡିଗୁଡିକର ଲମ୍ବା ଲାଇନ ଲାଗୁଛି । ସହରର ସମସ୍ତ ଅଳିଆ ସେଠାରେ ପଡୁଥିବାରୁ ଆବର୍ଜନାର ପାହାଡ଼ ସୃଷ୍ଟି ହେଲାଣି। ପୂର୍ବରୁ ଦିନକୁ ୭ରୁ ୮ ଟ୍ରିପ ପଡୁଥିବା ବେଳେ ବର୍ତ୍ତମାନେ ଦୁଇ ଟ୍ରିପ ପଡିଲା ବେଳକୁ ସନ୍ଧ୍ୟା ହୋଇଯାଉଛି । ଏକ ଟ୍ରିପ ଅଳିଆ ପାଇଁ ୫ ଘଣ୍ଟା ଭୋକ ଉପାସରେ ଛିଡା ହେଉଛନ୍ତି ଗାଡ଼ି ଚାଳକ। ଏଭଳି ସ୍ଥିତିରେ ଭୁବନେଶ୍ବର ମେୟରଙ୍କୁ ଏକ ଚିଠି ଲେଖିଛନ୍ତି ଦାରୁଠେଙ୍ଗ ସରପଞ୍ଚ । ଡମ୍ପିଂୟାର୍ଡରେ ଅଳିଆ ଗ୍ରାମବାସୀଙ୍କୁ ମରଣଯନ୍ତା ଆଡକୁ ଠେଲି ନେଉଛି । ତେଣୁ ଏଠାରେ ଅଳିଆ ପକାଇବା ନିଷେଧ ସହ ବିଏମସି ଅଳିଆ ଗାଡି ଧକ୍କାରେ ମୃତ ଯୁବକ କେଶବ ରାଉତରାୟଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏନେଇ ସରପଞ୍ଚ କହିଛନ୍ତି, " ଭୁବନେଶ୍ବରରେ ଅଳିଆ ବଢ଼ିବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଛି । କିନ୍ତୁ ଏଠାରେ ୧୫ ହଜାର ବାସିନ୍ଦାଙ୍କ ସମସ୍ୟା ବୁଝିବା ପାଇଁ ସମୟ ହୋଇନାହିଁ । ଖୋଲାଖୋଲି ଡମ୍ପିଂ କରୁଛି ବିଏମସି । କୌଣସି ପରିସ୍ଥିତିରେ ମଧ୍ୟ ଦାରୁଠେଙ୍ଗ ଗ୍ରାମବାସୀ ଏଠାରେ ଅଳିଆ ପକାଇବାକୁ ଦେବେନାହିଁ ।" ସରକାର ଏହି ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରି ଯଥାଶୀଘ୍ର ସମସ୍ୟାର ସମଧାନ କରନ୍ତୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଡମ୍ପିଂୟାର୍ଡ ସମସ୍ୟା, ଖୁବ ଶୀଘ୍ର ଫିଟିପାରେ ସମାଧାନ ବାଟ

ନୂଆ ସଂସ୍ଥା ଓ ରାମ୍‌କିକୁ ଛାଡ଼ିଦେଲେ ବାକି ଜାଗୃତି ଓ ପିଏମ୍‌ଆର ସଫେଇ କରୁଥିବା ଅଞ୍ଚଳରୁ ବାହାରୁଥିବା ଆବର୍ଜନା ପକାଇବାକୁ ଜାଗା ନାହିଁ। ଦାରୁଠେଙ୍ଗ ଡର୍ମ୍ପିଂୟାର୍ଡର ସମସ୍ୟା ଲାଗିରହିଥିବା ବେଳେ ଅଳିଆ ପକାଇବା ପାଇଁ ବିଏମସି ପାଖରେ ବିକଳ୍ପ ନାହିଁ l ଯଦି ଏପରି ଅବସ୍ଥା ଲାଗିରୁହେ ତେବେ ଅଳିଆମୟ ରାଜଧାନୀ ସୁନିଶ୍ଚିତ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.