ETV Bharat / city

ଦେଶରେ ଟିକାର ଅଭାବ ଯୋଗୁଁ ରାଜ୍ୟରେ ଟୀକାକରଣ ହୋଇପାରୁ ନାହିଁ: ଡ଼ିଏମଇଟି - DMET vaccination statement

ଦେଶରେ ଟିକାର ଅଭାବ ରହିଥିବାବେଳେ ଟୀକାକରଣରେ ଅନେକ ବାଧା ଦେଖାଦେଇଛି । ଯାହାଫଳରେ ଅନେକ ସ୍ଥାନରେ ଟୀକାକରଣ କରାଯାଇ ପାରିନାହିଁ । ଏହାକୁ ନେଇ କ’ଣ କହୁଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଦେଶରେ ଟିକାର ଅଭାବ ଯୋଗୁଁ ରାଜ୍ୟରେ ଟୀକାକରଣ ହୋଇପାରୁ ନାହିଁ: ଡ଼ିଏମଇଟି

author img

By

Published : Jun 3, 2021, 6:23 PM IST

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବ କାରଣରୁ ଅନେକ ସ୍ଥାନରେ ଟୀକାକରଣ କରାଯାଇ ପାରିନାହିଁ । ତେଣୁ ଟୀକାକରଣରେ ମଧ୍ୟ ଅନେକ ବାଧା ଉପୁଜୁଛି । ରାଜ୍ୟ ସରକାର ସବୁଆଡ଼ୁ ଟିକା ପାଇଁ ଚେଷ୍ଟା କରୁଛନ୍ତି । ଚେଷ୍ଟା କରିବାଟା କିଛି ଭୁଲ ନୁହେଁ । ଆମେ ଗ୍ଲୋବାଲ ଟେଣ୍ଡର କରି ଟିକା ଆଣିବା ପାଇଁ ଚେଷ୍ଟା କରିଥିଲୁ। ଅଧିକ ଟିକା ପାଇଁ ଅନ୍ୟଠୁ ଚେଷ୍ଟା କରିବାଟା କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଦେଶରେ ଟିକାର ଅଭାବ ଯୋଗୁଁ ରାଜ୍ୟରେ ଟୀକାକରଣ ହୋଇପାରୁ ନାହିଁ: ଡ଼ିଏମଇଟି

ସେ କହିଛନ୍ତି ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହେଁ ଯେ, ଆମେ ପାଇବୁ ବୋଲି ଗ୍ୟାରେଣ୍ଟି ରହିଛି । ମାତ୍ର ଆମେ ଚେଷ୍ଟା କରୁଛୁ ଅନ୍ୟ ସୋର୍ସରୁ ପାଇପାରିବୁ ନା ନାହିଁ। ବର୍ତ୍ତମାନ ଆମ ପାଖରେ ପରବର୍ତ୍ତୀ ଅପସନ ହେଉଛି ଆମେ ପରିସ୍ଥିତିକୁ ଦେଖି ଆକଳନ କରି କ’ଣ କ’ଣ ପଦକ୍ଷେପ ନେଇପାରିବୁ ସେନେଇ କାମ କରିବୁ ବୋଲି ଡିଏମଇଟି କହିଛନ୍ତି । ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ରହିଥିଲା। ସେଥିପାଇଁ ଆମେ ବିଫଳ ହେଉଛୁ । ବର୍ତ୍ତମାନ ଶେଷ ଦୁଇ ତିନି ଦିନ ମଧ୍ୟରେ କଟକଣା ବହୁତ କୋହଳ ହୋଇଛି। ବର୍ତ୍ତମାନ ଗ୍ଲୋବାଲ ଟେଣ୍ଡରକୁ ନେଇ କିଛି କୁହାଯାଇପାରିବନି ।

ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ଆସିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ଭିତ୍ତିଭୂମି ଅକ୍ସିଜେନ ମେଡିସିନ ସବୁ କିଛି ମହଜୁଦ ହୋଇ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.