ETV Bharat / city

ସରକାରଙ୍କ ଅପାରଗତା ଯୋଗୁଁ ଜଙ୍ଗଲରେ ଲାଗୁଛି ନିଆଁ: ସୁରେଶ

author img

By

Published : Aug 3, 2021, 7:37 PM IST

ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କଲେ ସୁର । ନିଆଁ ଲାଗିବା ଘଟଣାରେ ସରକାରଙ୍କ ଅପାରଗତା ଯୋଗୁଁ ଦେଶରେ ଭୁବନେଶ୍ବର ଏକ ନମ୍ବର କହିଲେ ବିଧାୟକ । ଅଧିକ ପଢନ୍ତୁ...

ସରକାରଙ୍କ ଅପାରଗତା ଯୋଗୁ ଜଙ୍ଗଲରେ ଲାଗୁଛି ନିଆଁ: ସୁରେଶ

ଭୁବନେଶ୍ବର: ଜଙ୍ଗଲରେ ନିଆଁ ଲାଗିବା ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଦେଶରେ ଜଙ୍ଗଲରେ ନିଆଁ ଲାଗୁଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ସବୁଠୁ ଆଗରେ। ଏନେଇ ରାଜ୍ୟସଭାରେ ସାଂସଦ ଭାଇକୋଙ୍କ ପ୍ରଶ୍ନରରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ଦେଇଥିବା ଉତ୍ତରର ତଥ୍ୟ ଆଧାରରେ ଏହା ସାମ୍ନାକୁ ଆସିଛି। ନଭେମ୍ବରର ୨୦୨୦ରୁ ଜୁନ ୨୦୨୧ ଭିତରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୫୩ ହଜାର ଥର ନିଆଁ ଲାଗିଛି । ବିରୋଧୀ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ବିପଦରେ ରାଜ୍ୟର ପ୍ରାକୄତିକ ବୄକ୍ଷରାଜି ଜଙ୍ଗଲ ସମୂହ ।

ନିଆଁ କବଳରୁ ଜଙ୍ଗଲକୁ ରକ୍ଷା କରିପାରୁ ନାହାନ୍ତି ରାଜ୍ୟ ସରକାର । ରାଜ୍ୟସଭାରେ ଆସିଥିବା ଏକ ଲିଖିତ ଉତ୍ତରକୁ ଦେଖିଲେ, ଆଚମ୍ବିତ ହେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ କମିବା ପରିବର୍ତ୍ତେ ବଢିଚାଲିଛି ଜଙ୍ଗଲ ନିଆଁ । ରାଜ୍ୟ ସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଦେଇଥିବା ଉତ୍ତରରେ ନଭେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୫୧୯୬୮ ଥର ନିଆଁ ଲାଗିଛି। ଏହି ସଂଖ୍ୟାକୁ ଦେଖିଲେ ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ସବୁଠୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି । ନଭେମ୍ବର ୨୦୧୯ରୁ ଜୁନ ୨୦୨୦ ମଧ୍ୟରେ ବିଭିନ୍ନ ଜଙ୍ଗଲରେ ୧୦୬୦୨ ଥର ନିଆଁ ଲାଗିଛି ।

ସେହିପରି ନଭେମ୍ବର ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ରାଜ୍ୟରେ ୧୯୧୫୯ ଥର ଜଙ୍ଗଲରେରେ ନିଆଁ ଲାଗିଛି। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ବିଧାୟକ ନାଉରି ନାଏକ କହିଛନ୍ତି ଗତଥର ଶିମିଳିପାଳରେ ଦୀର୍ଘଦିନ ଧରି ନିଆଁ ଲାଗି ନ ଲିଭିବା ଫଲରେ ବିଧାୟକ ମାନେ ଯାଇଥିଲୁ। ଆଉ ସେଠାରେ ଭେଟିବା ପରେ ଜଣା ପଡିଥିଲା ଯେ ଏହା ଜଙ୍ଗଲ ବିଭାଗର ଅପାରଗତା। ଜଙ୍ଗଲ ବିଭାଗ ଠିକରେ ଦାୟିତ୍ବ ନ ନେଉଥିବାରୁ ନିଆଁ ଲାଗୁଛି ବେଲି କହିଛନ୍ତି ବିଧାୟକ ।

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସରକାରଙ୍କ ଟାର୍ଗେଟ କରି କହିଛନ୍ତି କି ଏହା ଦୁରଦୄଷ୍ଟି ଅଭାବ ଯୋଗୁଁ ଜଙ୍ଗଲରେ ଲାଗୁଛି ନିଆଁ । ସରକାରଙ୍କ ଇକୋନମିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ଜଙ୍ଗଲ ସଂଖ୍ୟା ବଢୁଛି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ୨୦୧୭ର ସୂଚନାନୁସାରେ ୨୭୪ ବର୍ଗ କିଲୋମିଟର ଜଙ୍ଗଲ ରାଜ୍ୟରେ ବଢିଛି । ୨୦୧୯-୨୦ ବର୍ଷରେ ଜଙ୍ଗଲ ଅଭିବୄଦ୍ଧିକୁ ଦେଖିଲେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୯.୬ ପ୍ରତିଶତ, ମୟୂରଭଞ୍ଜ ରେ ୭.୩ ପ୍ରତିଶତ, ସୁନ୍ଦରଗଡ ରେ ୭.୨ ପ୍ରତିଶତ, ସମ୍ବଲପୁର ୬.୬ପ୍ରତିଶତ, ରାୟଗଡା ୫.୮ ପ୍ରତିଶତ, ମାଲକାନଗିରି ୫.୮ ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.