ETV Bharat / city

ଦୁର୍ନୀତିଖୋରଙ୍କ ଘରେ କିପରି ହେବ ରେଡ୍‌, ତାଲିମ ନେଉଛନ୍ତି ୩୦ ଡିଏସପି ଅଫିସର

author img

By

Published : Sep 19, 2022, 2:49 PM IST

ଲାଞ୍ଚୁଆ ଦୁର୍ନୀତିଖୋର୍‌ ସରକାରୀ କର୍ମଚାରୀଙ୍କୁ ଟ୍ରାପ୍‌ କରିବାକୁ ଆରମ୍ଭ ହେଲା ଟ୍ରେନିଂ । ତାଲିମ ନେଉଛନ୍ତି ୩୦ଜଣ ଡିଏସପି ।

ଦୁର୍ନୀତି ଖୋରଙ୍କ ଘରେ କିପରି ହେବ ରେଡ, ତାଲିମ ନେଉଛନ୍ତି 30 ଡିଏସପି

ଭୁବନେଶ୍ବର: ରାଜ୍ୟରେ ସାବାଡ ହେବେ ଦୁର୍ନୀତିଖୋର ସରକାରୀ କର୍ମଚାରୀ (Corrupt govt Employees)। ଲାଞ୍ଚୁଆ ଦୁର୍ନୀତି ଖୋର ସରକାରୀ କର୍ମଚାରୀଙ୍କୁ ଟ୍ରାପ କରିବାକୁ ଆରମ୍ଭ ହେଲା ଟ୍ରେନିଂ। ତାଲିମ ନେଉଛନ୍ତି ୩୦ଜଣ ଡିଏସପି । ଭୁବନେଶ୍ୱର ଭିଜିଲାନ୍ସ ଏକାଡେମିରେ ଏହି ୨ଦିନିଆ ଟ୍ରେନିଂ ପୋଗ୍ରାମ ଆରମ୍ଭ ହୋଇଛି । ଦୁର୍ନୀତି ନିବାରଣ ଆଇନରେ ତଦନ୍ତ କରିବାର କ୍ଷମତା ଡିଏସପି ଅଧିକାରୀଙ୍କ ରହିଛି । ସେ ଦିଗରୁ ରାଜ୍ୟରେ ଆଣ୍ଟି କରପସନକୁ ଅଧିକ କ୍ରିୟାଶୀଳ କରିବା ଓ ଦୁର୍ନୀତିଖୋରଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ନେବା ଏହି ତାଲିମ କର୍ମଶାଳାର ଲକ୍ଷ୍ୟ ରହିଛି ।

କିପରି ଛୋଟ କର୍ମଚାରୀଙ୍କଠୁ ଆରମ୍ଭ କରି ବଡ ସରକାରୀ କର୍ମଚାରୀଙ୍କ ଘରେ ରେଡ୍‌ କରାଯାଏ, ରେଡ୍‌ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯାଏ, ବିଶେଷ କରି ରେଡ ସମୟରେ ସହଯୋଗ କରୁନଥିବା ଅର୍ଥାତ ରେଡ୍‌ କରିବାକୁ ଯାଇଥିବା ଅଫିସରଙ୍କୁ ହଇରାଣ କରିବା ଧମକାଇଲେ କିପରି ତାଙ୍କ ବିରୋଧରେ କ୍ରିମିନାଲ ଅଫେନ୍ସେ କରାଯାଇପାରିବ, ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଓ ପ୍ରୋସିକ୍ୟୁସନ କରି କିଭଳି ଦୁର୍ନୀତି ଖୋର ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ କରି ଦଣ୍ଡିତ କରାଯାଇପାରିବ ସେ ନେଇ ତାଲିମ ଦିଆଯାଇଛି ।

ଏପରିକି କିଛି ବଡ ବଡ ହାଇପ୍ରୋଫାଇଲ କେସ୍ ଯେପରିକି ୨୦୧୯ର ଆଇଏସ ବିଜୟ କେତନ ସାହୁଙ୍କ ଘରେ ରେଡ୍‌ ଓ ଆଇଏଫଏସ ଅଭୟ ପାଠକଙ୍କ ଘରେ ରେଡ୍‌ବେଳେ କିପରି କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯାଇ ରେଡ୍‌ କରାଯାଇଥିଲା ସେସବୁର ତାଲିମ ନେଉଛନ୍ତି ୩୦ ଡିଏସପି ଅଫିସର । ଏନେଇ ଅର୍ଥନୈତିକ କାରବାର ସମ୍ପର୍କିତ ଜ୍ଞାନ ଓ ରେଡ୍‌ବେଳେ ବ୍ୟାଙ୍କ, ଲକର, ସ୍ଥାବର ଅସ୍ଥାବର ସମ୍ପତ୍ତିକ ଖୋଳତାଡ ସହ ଭିଜିଲାନ୍ସ ସିଜର ଲିଷ୍ଟ ପ୍ରସ୍ତୁତ ସମ୍ପର୍କରେ ତାଲିମ ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଆଗାମି ଦୁଇଦିନ ଧରି ଦୁର୍ନୀତି ନିବାରଣ ଆଇନ, ଓଡିଶା ଲୋକାୟୁକ୍ତ ଆଇନ, ଭିଜିଲାନ୍ସ କେସ୍‌ରେ ଆଇନଗତ ଦିଗ ଆଦି ଉପରେ ପ୍ରଶିକ୍ଷଣ ନେବେ । ତେବେ ପୋଲିସ ଡିଜି ସୁନିଲ ବଂଶଲ ଯୋଗଦେଇ କହିଛନ୍ତି, "ରାଜ୍ୟରେ 5ଟି ଅନ୍ତର୍ଗତ ଜିରୋ ଟଲେରାନ୍ସ କରପସନକୁ ଗୁରୁତ୍ବ ଦିଆଯାଉଛି । ଏହା ଦ୍ବାର ଲାଞ୍ଚୁଆ ଦୁର୍ନୀତିଖୋର୍‌ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହୋଇପାରିବ ।

ତେଣୁ ଏହି ତାଲିମ ଦ୍ବାରା ଅଫିସରମାନେ ସେମାନଙ୍କର ଜ୍ଞାନ କୌଶଳ ବ୍ୟବହାର କରି ଏ ଦିଗରେ ଅଧିକ କ୍ରିୟାଶୀଳ ହୋଇପାରିବେ । ତେବେ NCRBର ତଥ୍ୟ ଅନୁସାରେ ସାରା ଦେଶରେ ଡିଏ (Disproportionate Assets) କେସ୍‌ କରିବାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତି ଖୋରଙ୍କ ବିରୋଧରେ ଓଡିଶା ଭିଜିଲାନ୍ସର ଶକ୍ତ ଭୂମିକା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.