ଭୁବନେଶ୍ବର: ମହିଳା ଆଇଆଇସିଙ୍କ ସହ ଡିଏସପିଙ୍କ ରାସଲୀଳା। ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଡିଏସପିଙ୍କ ପତ୍ନୀ । ମହିଳା ଆଇଆଇସିଙ୍କ ସହ କାଟୁଥିଲେ ରାତି। ହୋଟେଲ ଓ ସି ବିଚରେ କରୁଥିଲେ ରାସଲୀଳା। ଏଭଳି ଅଭିଯୋଗ ଅନୁଗୁଳ ଡିଏସପି ଅଶ୍ବୀନି କୁମାର ସାହୁଙ୍କ ବିରୋଧରେ ଆଣିଛନ୍ତି ତାଙ୍କ ପତ୍ନୀ ମମତା ସାହୁ। ଵର୍ଦିର ଭୟ ଦେଖାଇ ମାନସିକ ଚାପ ସହ ଶାରୀରିକ ଚାପ ପକାଉଥିବା ମିଡିଆ ସାମ୍ନାରେ ଖୁଲାସା କରିଛନ୍ତି ପତ୍ନୀ।
ସୂଚନାଥାଉକି ବୈଦିକ ରୀତିରେ ୨୦୦୪ରେ ମମତାଙ୍କୁ ବିବାହ କରିଥିଲେ ଡିଏସପି ଅଶ୍ବିନୀ । ଏହା ପରେ ୨୦୧୧ରେ ପତ୍ନୀ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ମୟୂରଭଞ୍ଜର ରାସଗୋବିନ୍ଦପୁର ଥାନା ମହିଳା ଆଇଆଇସି ସ୍ବାମୀଙ୍କୁ ବିବାହ କରିବାକୁ ଚାହୁଛନ୍ତି। ସ୍ବାମୀଙ୍କୁ ମତାଇ ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଇ ବିନା ଭରଣପୋଷଣରେ ଖସିଯିବାକୁ ଉଦ୍ୟମ କରିଛନ୍ତି। ଯାହାକୁ ନେଇ ମହିଳା କମିଶନଠୁ ଆରମ୍ଭ କରି ପୋଲିସ ଡିଜି ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି କାର୍ଯାନୁଷ୍ଠାନ ନିଆଯାଉନାହିଁ। ଯାହାକୁ ନେଇ ନିଜ ସ୍ବାମୀଙ୍କୁ ଫେରିପାଇବା ପାଇ ଗୁହାରୀ କରିଛନ୍ତି ପତ୍ନୀ ।
ସେପଟେ ତାଙ୍କର ଗୋଟିଏ ପୁଅ ଦଶମ ଶ୍ରେଣୀରେ ପାଠ ପଢୁଛି । ଏଭଳି ସ୍ଥିତିରେ ପୁଅର ଭରଣ ପୋଷଣ ଭୁବନେଶ୍ଵରରେ ରହିବା ପାଇ ବି ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି। ସେପଟେ ମହିଳାଙ୍କ ସ୍ବାମୀ ତଥା ଏସଡିପିଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ