ETV Bharat / city

ଓଡିଶାରେ ତୁରନ୍ତ ମରୁଡି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 71ତମ ଜନ୍ମଦିନ। ଏହି ଅବସରରେ ବିଜେପି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା । ଆଜିର ଦିବସରେ ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ...

ଓଡିଶାରେ ତୁରନ୍ତ ମରୁଡି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ
ଓଡିଶାରେ ତୁରନ୍ତ ମରୁଡି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ
author img

By

Published : Sep 18, 2021, 9:37 AM IST

ଭୁବନେଶ୍ବର: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 71ତମ ଜନ୍ମଦିନ। ଏହି ଅବସରରେ ବିଜେପି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା । ଆଜିର ଦିବସରେ ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଯବାନ, କିଷାନ ଏବଂ ସହିଦ ପରିବାରଙ୍କୁ ସମ୍ମାନିତ କରାଯାଇଛି। ମୋଦି ଉତ୍ସାହିତ ହୋଇ କୃଷକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି, ମାତ୍ର ଦୁଃଖର କଥା ଓଡ଼ିଶାର ସରକାର ଚାଷୀଙ୍କ ଦୁଃଖ ବୁଝିବାକୁ ଅସମର୍ଥ । କିଷାନ ଯାହା ଉତ୍ପାଦନ କରୁଛନ୍ତି ତାହାକୁ ରାଜ୍ୟ ସରକାର ସେମାନଙ୍କ ଠାରୁ କିଣିବାରେ ବିଫଳ ହୋଇଛି। ବିଜେପି ସର୍ବଦା ଚାଷୀଙ୍କ ହିତରେ ରହିଛି। ଆଗାମୀ ଦିନରେ କୃଷକଙ୍କ ପାଇଁ ଯାହା କରିବାକୁ ପଡେ ତାହା କରିବାକୁ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା କରିବାକୁ ପ୍ରସ୍ତୁତ ବୋଲି ଭାରତୀୟ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପିଙ୍କି ଶିବରାଜ ସାହା କହିଛନ୍ତି।

ଓଡିଶାରେ ତୁରନ୍ତ ମରୁଡି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ସେହିପରି ରାଜ୍ୟରେ ଯେତେବେଳେ ଭୟଙ୍କର ମରୁଡି ଦେଖା ଦେଇଥିବାବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଦୀର୍ଘ 21 ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ସରକାର କୃଷକଙ୍କ ପାଇଁ ଆନ୍ତରିକତା ନାହିଁ। ଅନ୍ୟ ରାଜ୍ୟରେ ମରୁଡି ପାଇଁ ପ୍ୟାକେଜ ଘୋଷଣା ହୋଇସାରିଥିବା ବେଳେ ଆମ ରାଜ୍ୟରେ ଏଯାଏଁ ମରୁଡିର ସ୍ଥିତି ଅନୁଧ୍ୟାନ କରାଯାଇ ନାହିଁ। ଚାଷୀଙ୍କ ଆୟ ବୃଦ୍ଧି କରିବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ 60 ପ୍ରତିଶତରୁ ଊର୍ଦ୍ଧ୍ବ ଚାଷୀ ଏବେ ଋଣ ଭାରରେ ବୁଡିଛନ୍ତି। ରାଜ୍ୟରେ ସାରର କଳାବଜାରୀ ହେଉଛି। ଏଠି ସରକାର ଚାଷୀଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୋଲିସ ଲଗାଇ ଲାଠିରେ ମାରୁଛି। ବହୁତ ଜଲଦି ରାଜ୍ୟରେ ମରୁଡି ଘୋଷଣା କରିବା ପାଇଁ ବିଜେପି କିଷାନ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଯଦି ଏହା ପୂରଣ ନହୁଏ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନ ହେବ ବୋଲି ବିଜେପି କିଷାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.