ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଗିଛି ଡ୍ରୋନ କ୍ୟାମେରା। ଟ୍ରାଫିକ ନିୟମ ଭାଙ୍ଗିଲେ ଗୋଡାଉଛି ଡ୍ରୋନ କ୍ୟାମେରା। ନିର୍ଦ୍ଧିଷ୍ଟ ବ୍ୟକ୍ତି ସମ୍ପର୍କରେ ସୂଚନା ଦେଇ ଫାଇନ ଆଦାୟ କରିବାରେ ପୋଲିସକୁ ସାହାଯ୍ୟ କରୁଛି ଡ୍ରୋନ। ସୋମବାରଠୁ ଆରମ୍ଭ ହୋଇଥିବା ଏହି ନିୟମରେ ପ୍ରଥମ ଦିନରେ ୨୭ଜଣ ଉଲଙ୍ଘନକାରୀଙ୍କଠୁ ସଂଗ୍ରହ ହୋଇଛି ୧୩ ହଜାର ୫୦୦ ଟଙ୍କା ଜରିମନା।
ତେବେ ଓଭରଟେକିଂ ବା ଟ୍ରାଫିକ ପୋଷ୍ଟରେ ଲେନ ଡ୍ରାଇଭିଙ୍ଗର ନିୟମ ଉଲଙ୍ଘନ କଲେ ଏଭଳି ନିୟମ ଉଲଙ୍ଘନକାରୀଙ୍କ ଉପରେ ଡ୍ରୋନ କ୍ୟାମେରା କଡା ନଜର ରଖୁଛି । ଏହାସହ ସେମାନଙ୍କୁ ପୋଲିସ ହାତରେ ଧରାଇ ଫାଇନ ଆଦାୟ କରିଛି କମିସନରେଟ ପୋଲିସ।
ତେବେ ଏନେଇ ନୂତନ ଟ୍ରାଫିକ ଡିସିପି ସାଗରିକା ନାଥ ବିଶେଷକରି ଡ୍ରୋନ କ୍ୟାମେରା ସମ୍ପର୍କିତ ଟ୍ରାଫିକ କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି। ସ୍ବତନ୍ତ୍ର ବୈଠକ ଡକାଇ କିପରି ଏହି ନିୟମ କଡାକଡି ହେବ ଏବଂ ଟ୍ରାଫିକ ପରିଚାଳନା କରାଯିବ ସେନେଇ ସୂଚନା ଦେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ରମଣ୍ଡପ ଛକଠାରୁ ଏୟାରପୋର୍ଟ ଛକ ପର୍ଯନ୍ତ 5ଟି ଟ୍ରାଫିକ ସିଗନାଲରେ ଏହି ନୂଆ ନିୟମ ଲାଗୁ ହୋଇଛି। ତେବେ ବିଶେଷକରି ଲେନ ଡ୍ରାଇଭିଂ, ଓଭରଟେକି, ଜେବ୍ରା କ୍ରସିଂ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।
ଭୁବନେଶ୍ବରରୁ ତାପସ ପରିଡା ଓ ବିକାଶ ଦାସ, ଇଟିଭି ଭାରତ