ETV Bharat / city

ବୁଲା ବିକାଳିଙ୍କୁ ଷ୍ଟେସନ ମନା, ନିୟମ ଭାଙ୍ଗିଲେ ଜେଲଦଣ୍ଡ ସାଙ୍ଗକୁ ଗଣିବେ ତଣ୍ଡ - ବୁଲାବିକାଳିଙ୍କୁ ଷ୍ଟେସନ ମନା

ରେଳଷ୍ଟେସନ ପରିସରରରୁ ବୁଲାବିକାଳି, ହକର, ଭେଣ୍ଡର ମାନଙ୍କ ଅବାଧ ପ୍ରବେଶ ନିଷେଧ ନିୟମ କଡାକଡି ଭାବେ ଲାଗୁ । ନିୟମ ଭାଙ୍ଗିଲେ ଜେଲ ଦଣ୍ଡ ସାଙ୍ଗକୁ ଦେବେ ଜୋରିମାନା । ଅଧିକ ପଢ଼ନ୍ତୁ...

ବୁଲାବିକାଳିଙ୍କୁ ଷ୍ଟେସନ ମନା
author img

By

Published : Nov 1, 2019, 12:42 PM IST

ଭୁବନେଶ୍ବର: ନଭେମ୍ବର 1ରୁ ପୂର୍ବତଟ ରେଳବାଇ ଅଧିନରେ ଥିବା ସମସ୍ତ ରେଳ ଷ୍ଟେସନ ପରିସରରରୁ ବୁଲାବିକାଳି, ହକର, ଭେଣ୍ଡର ମାନଙ୍କ ଅବାଧ ପ୍ରବେଶ ନିଷେଧ ନିୟମ କଡାକଡି ଭାବେ ଲାଗୁ । ଆଗରୁ ଏହି ନିୟମ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଶୁକ୍ରବାର ଠାରୁ ତାହା ଅଧିକ ବଳବତ୍ତର କରାଯିବ । ଏନେଇ ପୂର୍ବତଟ ରେଳବାଇ ମୁଖ୍ୟ ସୁରକ୍ଷା କମିଶନର ସବିଶେଷ ବିବୃତି ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ବୁଲାବିକାଳିଙ୍କୁ ଷ୍ଟେସନ ମନା

ରେଳ ସେବାକୁ ଅପରାଧ ମୁକ୍ତ କରିବା ପାଇଁ ବୁଲା ବିକାଳି, ହକର, ଭେଣ୍ଡର ଓ ଅନ୍ୟ ଅବାଧ ପ୍ରବେଶକୁ ଶୁକ୍ରବାର ଠାରୁ ଅଧିକ କଡା କାଡି କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପୂର୍ବରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ଅନେକ ମାତ୍ରାରେ ଏହାର ସଫଲ ରୂପାୟନ ମଧ୍ୟ ହୋଇ ପାରିଛି । ଯାତ୍ରୀ ଓ ସାଧାରଣ ଜନତାଙ୍କ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି ବୋଲି କୁହାଯାଇଛି । ତେବେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏଥର ରେଳବାଇରେ ଅନେକ ନୂଆ ଆଇନ ଲାଗୁ ହୋଇଛି । ନିୟମ ଉଲଙ୍ଘନକାରୀଙ୍କୁ ଜେଲ ଦଣ୍ଡ ସହ ଜୋରିମନାର ପ୍ରାବଧାନ କରିଛି ରେଳ ବିଭାଗ ।

ପୂର୍ବରୁ ବୁଲାବିକାଳି, ହକର, ଅସାମାଜିକ ବ୍ୟକ୍ତିଙ୍କ ଷ୍ଟେସନ ମଧ୍ୟକୁ ଅନାଧିକାର ପ୍ରବେଶ ଯୋଗୁଁ ଯାତ୍ରୀଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା । ତେବେ ନିୟମ ଲାଗୁ ହେବା ପରଠାରୁ ଯାତ୍ରୀଙ୍କୁ ବହୁ ମାତ୍ରାରେ ଆଶ୍ବସ୍ତି ମିଳିଛି । 2017ରେ 5250 ବୁଲା ବିକାଳିଙ୍କୁ ପୂର୍ବତଟ ରେଳବାଇରୁ ଗିରଫ କରାଯାଇଥିବା ବେଳେ, 2018ରେ 4741ଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ସଂଖ୍ୟା ବର୍ତ୍ତମାନ କମି 1451 ରହିଛି ।

ତେବେ ଏହି ନିୟମଖୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଜନତା, ଗଣମାଧ୍ୟମ ଓ ଯାତ୍ରୀ ସଭିଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ସୁରକ୍ଷା କମିସନର ରାଜାରାମ ।

ଭୁବନେଶ୍ବରରୁ ଲଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.