ETV Bharat / city

Assemly Budget session: ଗୃହରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ , ୨୦୨୪ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ପାଣି କହିଲେ ମନ୍ତ୍ରୀ

ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଅଧିକ ପଢନ୍ତୁ

ଗୃହରେ ଉଠିଲା ପାନୀୟ ଜଳ ସମସ୍ୟା
ଗୃହରେ ଉଠିଲା ପାନୀୟ ଜଳ ସମସ୍ୟା
author img

By

Published : Mar 29, 2022, 1:04 PM IST

ଭୁବନେଶ୍ବର: ଖରାଦିନେ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ଗୃହ ସରଗରମ । ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ପ୍ରକାଶିତ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । 22ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ପୌରାଞ୍ଚଳରେ ପାଇପ ପାଣି ଯୋଗାଣ ହେବ । ୨୦୨୪ ସୁଦ୍ଧା ସବୁ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ କହିଲେ ପ୍ରତାପ ଜେନା ।

ଖରାଦିନେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇଛନ୍ତି । ମେଗା ପାଇପ ପାଣି ପହଞ୍ଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ଶାସକ ଦଳ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ତେବେ ଟ୍ୟୁବୱେଲ ଯୋଗେ ପାଣି ଯୋଗାଇବାକୁ ଗୃହରେ ଦାବି କରିଛନ୍ତି । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର 22 ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସେ ଆହୁରି କହିଛନ୍ତି ପୁରୁଣା ପ୍ରକଳ୍ପ ସବୁ ଅଚଳ, ବୃହତ୍ତ ପ୍ରକଳ୍ପକୁ ଅପେକ୍ଷା କଲେ ଆମେ କରିବୁ କଣ । ତେଣୁ ସରକାର ନିର୍ଦ୍ଦିଷ୍ଟ ଭାବେ ଆମକୁ କୁହନ୍ତୁ କଣ କରୁଛନ୍ତି ବୋଲି ପ୍ରଶ୍ନବାଣ ମାରିଛନ୍ତି ମୋହନ ମାଝୀ । ସେପଟେ ବିରୋଧୀଙ୍କ ଉତ୍ତରେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବେ ସରକାର । 2024 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଉଭୟ ଶାସକ ବିରୋଧୀ ମନ୍ତ୍ରୀଙ୍କୁ ଘେରିବା ପରେ ମନ୍ତ୍ରୀ କେନ୍ଦ୍ର ଆଡ଼କୁ ଦୋଷ ଠେଲିଛନ୍ତି । ଏବେ କାହିଁକି କେନ୍ଦ୍ର ସରକାର ଜଳ ଜୀବନ ମିଶନ ପ୍ରକଳ୍ପ ହାତକୁ ନେଲେ ଆଗରୁ ନଗଣ୍ୟ ଅର୍ଥ ଦେଉଥିଲେ । ଯେଉଁଥି ପାଇଁ ହାତରୁ ଅଧିକ ଅର୍ଥ ବ୍ୟୟ ବରାଦ କରି ପାନୀୟ ଜଳ ଯୋଗାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.