ETV Bharat / city

ଆଜି ଓଡିଶା ଆସୁଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

author img

By

Published : Jul 7, 2022, 8:41 PM IST

Updated : Jul 8, 2022, 7:17 AM IST

ଆଜି ଓଡିଶା ଆସୁଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ସକାଳ 9 ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ଦ୍ରୌପଦୀ । ଅଧିକ ପଢନ୍ତୁ

NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ । ସକାଳ 9 ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ଦ୍ରୌପଦୀ ।

ଓଡିଶା ଆସୁଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ପାଇଁ ଉଭୟ ବିଜେଡି ବିଜେପି ଜୋରଦାର ପ୍ରସ୍ତୁତି କରିଛନ୍ତି । ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବିଜେଡି ସାଂସଦ ଓ ବିଧାୟକ ମାନଙ୍କୁ ସାକ୍ଷାତ କରି ସମର୍ଥନ ଲୋଡିବେ ଦ୍ରୌପଦୀ ମୁର୍ମୁ । ସେହିପରି ବିଜେପି ବିଧାୟକ ଓ ସାଂସଦ ମାନଙ୍କୁ ମଧ୍ୟ ସାକ୍ଷାତ କରିବେ ।

ଏପଟେ ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ଭୁବନେଶ୍ୱର ସାରା ପୋଷ୍ଟର ବ୍ୟାନର ଛାଇ ଗଲାଣି । ଉଭୟ ବିଜେଡି ବିଜେପି ନିଜ ନିଜ ସ୍ତରରେ ସ୍ବାଗତ ପୋଷ୍ଟର ଲଗାଇଛନ୍ତି । ଏହାକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, 'ଆମେ ମାନେ ଉତ୍ସାହିତ ଅଛୁ । ଏହା ଆମ ପାଇଁ ଭାଗ୍ୟର କଥା ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ଦେଶର ନେତୃତ୍ୱ ନେବେ । ସୁନ୍ଦରଗଡ଼ର ଲୋକ ନୃତ୍ୟ ଝୁମେର ନାଚରେ ଆମେ ତାଙ୍କୁ ସ୍ବାଗତ କରିବୁ । କଂଗ୍ରେସ ବିଧାୟକଙ୍କ ସମର୍ଥନ ପାଇଁ ଆମେ ବି ଉଦ୍ୟମ କରୁଛୁ । ସମସ୍ତେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେ' ବୋଲି କହିଛନ୍ତି କୁସୁମ ଟେଟେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2022, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.