ଭୁବନେଶ୍ବର: ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁ । ଦ୍ରୌପଦୀଙ୍କୁ ବିଧାନସଭାରେ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ବୈଠକ ଆରମ୍ଭ ।
ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଦଳମତ ନିର୍ବିଶେଷରେ ପାରମ୍ପାରିକ ନୃତ୍ୟ ଓ ବାଦ୍ୟରେ ଭବ୍ୟ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ବିଜେପି ଓ ବିଜେଡ଼ି ବିଧାୟକ ତଥା ନେତା ଓ କର୍ମୀଙ୍କ ଗହଣରେ କଡା ସୁରକ୍ଷା ବଳୟରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ ଦ୍ରୌପଦୀ । ଏହାପରେ ସେ ବିଧାନସଭାରେ ପହଞ୍ଚିଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କୁ ବିଧାନସଭାକୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାପରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା କରିଛନ୍ତି ଦ୍ରୌପଦୀ ।
ଇଟିଭି ଭାରତ, ଭୁବନେଶ୍ବର