ETV Bharat / city

ସମାଜ, ସଂଘର୍ଷ ଓ ବଳିଦାନର ବାର୍ତ୍ତା ବଖାଣିଲା ‘ସବୁଠୁ ଉଦାସ କବିତା’ - ସମାଜ, ସଂଘର୍ଷ ଓ ବଳିଦାନ

ଜଣେ ଯୁବ ସାମ୍ବାଦିକା ଅପୂର୍ବା । ନିଜ କଲମ ମୁନରେ ସମାଜରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛି ଅପୂର୍ବା । ପରେ ସଶସ୍ତ୍ର ସଂଗ୍ରାମର ପଥକୁ ବାଛି ନେଇଛି । ଆଗକୁ ପଢନ୍ତୁ...

bhanjakala mandap
bhanjakala mandap
author img

By

Published : Feb 10, 2020, 2:15 AM IST

ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେଉଥିବ ଅସୀମ ଉତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା। ଆଉ ଏହି ସନ୍ଧ୍ୟାରେ ଭୁବନେଶ୍ବରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଉତ୍ତରପୁରୁଷ ଭେଟି ଦେଇଥିଲା ନାଟକ ‘ସବୁଠୁ ଉଦାସ କବିତା’। ଯେଉଁଥିରେ କିପରି ଜଣେ ଯୁବ ସାମ୍ବାଦିକା ଅପୂର୍ବା ନିଜ କଲମ ମୁନରେ ସମାଜର ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରି ସୁଦ୍ଧା ସେଥିରେ ବିଫଳ ହେବାରୁ ସଶସ୍ତ୍ର ସଂଗ୍ରାମର ପଥକୁ ବାଛି ନେଇଛି। ତେବେ ଏହି ସଂଘର୍ଷ ଭିତରେ ସେ ପ୍ରେମ କରି ବସିବା ସହ ତାକୁ ସାକାର କରିବା ବେଳେକୁ ସମାଜର ଅବହେଳିତ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ବାଛି ନେଉଛି ମୃତ୍ୟୁର ରାସ୍ତାକୁ।

ବଳିଦାନର ବାର୍ତ୍ତା ବଖାଣୁଛି ସବୁଠୁ ଉଦାସ କବିତା...

ଆଜିକା ସମାଜରେ ଅନେକ ସ୍ଥାନରେ ଏହା ଘଟୁଥିବାବେଳେ ସରକାରୀ କଳ, ଭ୍ରଷ୍ଟ ରାଜନେତା ଓ ନ୍ୟାୟିକ ବ୍ୟବସ୍ଥା ପାଇଁ ସାଧାରଣ ଲୋକମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଏଥିରେ ନିଚ୍ଛକ ଭାବେ ଉପସ୍ଥାପିତ କରାଯାଇଛି। ଏହି ନାଟକରେ ମଞ୍ଚସଜ୍ଜା ବିଷୟବସ୍ତୁ ଥିଲା ଅନୁରୂପ , ମଝିରେ ମଝିରେ ଉଦାସ ଘୁଙ୍ଗୁରର ଶବ୍ଦ ଦର୍ଶକଙ୍କୁ ନାଟକ ସହିତ ବାନ୍ଧିରଖିଥିଲା । ଅତସୀ ବସୁଙ୍କର ମଂଚ କଳା ନାଟକର ଅନୁରୂପ ଥିଲା | ଦୃଶ୍ୟରେ ଅପୂର୍ବ ଫାଶୀ ପାଇବା ପରେ ସାରା ଅଡିଟୋରିଅମ ନିରବ ହୋଇ ଯାଇଥିଲା|

ଏକ ଭାବାପୂର୍ଣ୍ଣ ନାଟକକୁ ନିର୍ଦେଶକ ଓ କଳାକାର ମାନେ ସଫଳ ଭାବରେ ମଞ୍ଚରେ ପରିବେଷଣ କରିଥିଲେ | ଏହି ନାଟକ ହିନ୍ଦୀ ମୂଳ ନାଟକ ସ୍ବଦେଶ ଦୀପକଙ୍କ ରଚନା ହୋଇଥିବା ବେଳେ ଏହାକୁ ଓଡ଼ିଆରେ ଅନୁବାଦ କରିଥିଲେ କବି ଭାରତ ମାଝୀ । ଆଉ ଏହାର ନିର୍ଦେଶନା ଦେଇଥିଲେ ଦେବଦତ୍ତ ପତି। ଏଥିରେ ଅଭିନୟରେ ଥିଲେ ଉତ୍ତରପୁରୁଷର କଳାକାର ମାନେ ଯଥା ପ୍ରସନ୍ନ ମିଶ୍ର, ଚକ୍ରଧର, ନିଶିକାନ୍ତ, ଅମିତ, ସୁବାସ, ରାଣା, ଦେବଳେନ୍ଦୁ, ମଳୟ, ପ୍ରଦ୍ୟୁମ୍ନ, ଶୁଭେନ୍ଦୁ, ବିଶ୍ବଜିତ, ଦେବାଶିଷ, ନବୀନ, ସବ୍ୟସାଚୀ, ପ୍ରଣତି ଓ ଶ୍ରୀମା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:Body:

jjjj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.