ETV Bharat / city

ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ - govt employees vaccination

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର । 2 ଡୋଜ ଟିକା ନେଇଥିବା ସବୁ କର୍ମଚାରୀ କାର୍ଯ୍ୟାଳୟକୁ ଆସିପାରିବେ । ନଚେତ ଅଫିସ ମନା । ଅଧିକ ପଢନ୍ତୁ..

ସରକାରୀ କର୍ମଚାରୀଙ୍କ ପାଇଁ  ଡବଲ ଡୋଜ  ଟିକା  ବାଧ୍ୟତାମୂଳକ

author img

By

Published : Jun 18, 2021, 10:03 PM IST

ଭୁବନେଶ୍ବର: ଜୁଲାଇ 1ରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ସରକାରୀ କାର୍ଯ୍ୟାଳୟ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନୂଆ ନିର୍ଦ୍ଦେଶାନାମା । ସମସ୍ତ କର୍ମଚାରୀଙ୍କୁ ଡବଲ ଡୋଜ ନେଇଥିବା ଆବଶ୍ୟକ। ଯେଉଁମାନେ ଦୁଇଟି ଡୋଜ ନେଇନଥିବେ ସେମାନେ ଅଫିସ ଆସିପାରିବେ ନାହିଁ।

ସରକାରୀ କର୍ମଚାରୀଙ୍କ ପାଇଁ  ଡବଲ ଡୋଜ  ଟିକା  ବାଧ୍ୟତାମୂଳକ
ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ

ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ ବିଭାଗ, ସରକାରୀ ଅଫିସର କର୍ମଚାରୀଙ୍କ ଟୀକାକରଣ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଜୁନ 10 ରୁ 20 ଜୁନ୍ ପର୍ଯ୍ୟନ୍ତ କରାଯାଇଛି। ଏହି ପ୍ରକ୍ରିୟାରେ ପ୍ରାୟ 6,000 କର୍ମଚାରୀଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିଲା। କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟୀକାକରଣ ପାଇଁ ଟୀକାକରଣ ଡ୍ରାଇଭ୍ର ଦ୍ବିତୀୟ ପର୍ଯ୍ୟାୟରେ 17 ଜୁନ୍ ରୁ କାର୍ଯ୍ୟକାରୀ ହେଉଛି। ସମସ୍ତ ବିଭାଗର ନୋଡାଲ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି ।

ସରକାରୀ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତାକୁ 1 ଜୁଲାଇ ରୁ କାର୍ଯ୍ୟକାରୀ କରାଯିବ। ଯଦି କୌଣସି କର୍ମଚାରୀ ଡାକ୍ତରୀ କିମ୍ବା ଅନ୍ୟାନ୍ୟ ବାଧ୍ୟତାମୂଳକ କାରଣରୁ ଟୀକାକରଣ କରିବାରେ ଅସମର୍ଥ ହୁଅନ୍ତି ତେବେ ସେ ନିଶ୍ଚିତ ଭାବରେ ଆବେଦନ କରିବେ। ଯେଉଁ କର୍ମଚାରୀମାନଙ୍କୁ ଟୀକାକରଣ କରାଯାଇ ନାହିଁ କିମ୍ବା ଛାଡ କରାଯାଇ ନାହିଁ, ସେମାନେ ଅଫିସ୍ ଜୁଲାଇ 1ରେ ଯୋଗଦେବାକୁ ଅନୁମତି ପାଇବେ ନାହିଁ । ଆଉ ସେମାନଙ୍କ ଅନୁପସ୍ଥିତି ଇଚ୍ଛାକୃତ ଭାବରେ ଗ୍ରହଣ କରାଯିବ। ଏନେଇ ସବୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.