ETV Bharat / city

ଲୋକେ ଅବୁଝା, ହେଲମେଟ ପିନ୍ଧି କୁକୁର କରୁଛି ସଚେତନତା - ଗାଡି ଚାଳନା

ଏଠାରେ ଲୋକେ ଅବୁଝା । ଏହି ଅବୁଝା ଲୋକଙ୍କୁ ବୁଝାଇବା ପାଇଁ ଶେଷରେ କୁକୁର ପିନ୍ଧିଛି ହେଲମେଟ । ଏଭଳି ଦୃଶ୍ୟ ରାଜଧାନୀରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଲୋକେ ଅବୁଝା, କୁକୁର ହେଲମେଟ ପିନ୍ଧି କରୁଛି ସଚେତନ

author img

By

Published : Jul 31, 2021, 1:26 PM IST

ଭୁବନେଶ୍ବର: ରାସ୍ତାରେ ହେଲମେଟ ପିନ୍ଧି ଗାଡି ଚଳାଇବା ପାଇଁ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ସଚେତନ କରି ଆସୁଛନ୍ତି। ହେଲେ ଲୋକ ମାନେ ସବୁବେଳେ ଅବୁଝା । କିନ୍ତୁ କୁକୁରକୁ ହେଲମେଟ ପିନ୍ଧାଇ ସଚେତନ କରୁଛନ୍ତି ରାଜଧାନୀବାସୀ ପ୍ରକାଶ ମହାରଣା ।

ଲୋକେ ଅବୁଝା, କୁକୁର ହେଲମେଟ ପିନ୍ଧି କରୁଛି ସଚେତନ

ଗାଡି ଚଲାଇବା ସମୟରେ ହେଲମେଟ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ତଥାପି ସଚେତନ ହୋଇନାହାନ୍ତି ଲୋକେ । ଦୈନିକ ଭାବରେ ଶହ ଶହ ଲୋକ ବିନା ହେଲମେଟରେ ଗାଡି ଚଳାଇ ମୋଟା ଅଙ୍କର ଫାଇନ ଗଣୁଛନ୍ତି । କିନ୍ତୁ ରାଜଧାନୀ ଭୁବନେଶ୍ବରରେ ରହୁଥିବା ପ୍ରକାଶ ମହାରଣା ନିଜ ପୋଷା କୁକୁରକୁ ହେଲମେଟ ପିନ୍ଧାଇ ଲୋକମାନଙ୍କୁ ସଚେତନ କରିଛନ୍ତି । ସେ ମୋଟ 3ଟି କୁକୁର ପାଳିଛନ୍ତି । ସେ ରାସ୍ତାକୁ ବାହାରିବା ପରେ ନିଜେ ହେଲମେଟ ପିନ୍ଧିବା ସହିତ କୁକୁରକୁ ମଧ୍ୟ ହେଲମେଟ ପିନ୍ଧାଉଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସେ ଏଭଳି କରୁଥିବା କହିଛନ୍ତି ।

ଏନେଇ ପ୍ରକାଶ କୁହନ୍ତି ସଡକ ସୁରକ୍ଷା ଅଭିଯାନରେ ଲୋକମାନେ ହେଲମେଟ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଅନେକ ଲୋକମାନେ ଗାଡି ଚଲାଇବା ସମୟରେ କୌଣସି ପ୍ରକାରରେ ବି ହେଲମେଟ ପିନ୍ଧୁନାହାନ୍ତି । ଏଣୁ ଏକ ପଶୁ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ପ୍ରକାଶ । ସୁନତି ମହାରଣା କୁହନ୍ତି ଯେ ଯଦି ପଶୁ ହେଲମେଟ ପିନ୍ଧିପାରୁଛି ତେବେ ଲୋକ କଣ ପାଇଁ ହେଲମେଟ ପିନ୍ଧିପାରିବେ ନାହିଁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.