ETV Bharat / city

ଲକଡାଉନରେ ମେଡିକାଲ ପାସ ପାଇଁ ଲାଞ୍ଚ ନେଉଛନ୍ତି ଡାକ୍ତର, ଦେଖନ୍ତୁ ଭିଡିଓ

ପାସ ଦେବା ପାଇଁ 100 କିମ୍ବା 200 ଟଙ୍କା କମିଶନ ମାଗୁଛନ୍ତି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା ।

doctors-taking-bribes-to-pay-for-medical-passes-watch-video
ମେଡିକାଲ ପାସ ଦେବା ପାଇଁ ଲାଞ୍ଚ ନେଉଛନ୍ତି ଡାକ୍ତର, ଦେଖନ୍ତୁ ଭିଡିଓ
author img

By

Published : Apr 23, 2020, 12:38 PM IST

Updated : Apr 23, 2020, 7:51 PM IST

ଭୁବନେଶ୍ବର: ଲକଡାଉନ ପରିସ୍ଥିତିରେ ମେଡିକାଲ ପାସ ଦେବାକୁ ଡାକ୍ତର ନେଉଛନ୍ତି ଲାଞ୍ଚ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଜରୁରୀକାଳିନ ପରିସ୍ଥିତିରେ କୌଣସି ସ୍ଥାନକୁ ଯିବାକୁ ହେଲେ ମେଡିକାଲ ପାସ ଦେଖାଇବାକୁ ପଡୁଛି । ଆଉ ଏହି ପାସ ଦେବା ପାଇଁ 100 କିମ୍ବା 200 କମିଶନ ମାଗୁଛନ୍ତି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା ।

ଲକଡାଉନରେ ମେଡିକାଲ ପାସ ପାଇଁ ଲାଞ୍ଚ ନେଉଛନ୍ତି ଡାକ୍ତର, ଦେଖନ୍ତୁ ଭିଡିଓ

ତେବେ କାକଟପୁରରୁ କଟକ ଯିବା ପାଇଁ ଡାକ୍ତର ଜଣଙ୍କ ପାସ ଦେଉଛନ୍ତି । ପ୍ରତି ବଦଳରେ ପାସ ପାଇଁ ସାଧାରଣ ଲୋକଙ୍କଠାରୁ 100 ଟଙ୍କା ମାଗୁଛନ୍ତି । ଦେଶ ବର୍ତ୍ତମାନ କୋରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ହୋଇଯାଇଥିବା ବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ଵାସ୍ତ୍ୟକର୍ମୀମାନଙ୍କୁ ଜନସାଧାରଣ ଭଗବାନଙ୍କ ଭଳି ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନୀୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କଠାରୁ ଲାଞ୍ଚ ନେଇ ସାରା ରାଜ୍ୟ ପାଇଁ ଲଜ୍ଜା ପାଲଟିଛନ୍ତି କାକଟପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା । ତେବେ ଏହି ଘଟଣା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯାହାକୁ ନେଇ ସାରା ରାଜ୍ୟରେ ଏହାକୁ ନିନ୍ଦା କରାଯାଉଛି l ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେଲା ପରେ ଘଟଣା ସାମ୍ନାକୁ ଆସିଛି l

ଜରୁରୀକାଳୀନ ପାସ ଦେବାକୁ ଗରିବ ରୋଗୀଙ୍କୁ ଡାକ୍ତର ଟଙ୍କା ଦାବି କରୁଥିବା ଜାଣିବା ପରେ କାକଟପୁରର କିଛି ସାମାଜିକ କର୍ମୀ ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ବର ଡାକ୍ତରଖାନା ନେବା ପାଇଁ ପାସ ଆଣିବାକୁ ଯାଇଥିବା ବେଳେ ଡାକ୍ତର ବେହେରା ସେମାନଙ୍କୁ ସନ୍ଧ୍ୟାରେ କ୍ଵାଟରକୁ ଆସି ପାସ ନେବାକୁ କହିଥିଲେ । କ୍ଵାଟରରେ ପାସ ଦେଇ ସିଧାସଳଖ ଟଙ୍କା ମାଗିଥିଲେ l ସାମାଜିକ କର୍ମୀ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଘଟଣାର ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିବା ପରେ ଘଟଣାଟି ପଦାକୁ ଆସିଛି l ଏପରିକି ଭିଡ଼ିଓରେ ଅନ୍ୟ ଲୋକମାନଙ୍କଠାରୁ ବି ଟଙ୍କା ନେଉଥିବା ସ୍ବୀକାର କରିଛନ୍ତି ଡାକ୍ତର ଜଣକ l

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 23, 2020, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.