ଭୁବେନେଶ୍ବର: ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ମିଳିବ ଏକକାଳୀନ 4 ମାସର ଦରମା । ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଏକକାଳୀନ ଦରମା ଏପ୍ରିଲ ଦରମାରେ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ଏମାନଙ୍କ ମଧ୍ୟରେ ଡାକ୍ତର, ପାରା ମେଡିକଲ, ହେଲଥ କେୟାର ଷ୍ଟାଫ ରହିଛନ୍ତି । ସେହିପରି ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଏହି ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । କୋରୋନା ଭାଇରସ ମୁକାବିଲା ପାଇଁ ସେମାନେ ନିରନ୍ତର ସେବା ଯୋଗାଉଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯଦି କେହି ଦୁର୍ବ୍ୟବହାର କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ