ETV Bharat / city

ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସ୍କାନରରେ ରହିବେ ସ୍କୁଲ ପିଲା

author img

By

Published : Oct 16, 2021, 1:06 PM IST

ପୂଜା ଛୁଟି ପରେ ରାଜ୍ୟରେ ଖୋଲିବାକୁ ଯାଉଛି ଏକାଦଶ ଓ ଅଷ୍ଟମ ଶ୍ରେଣୀ । ସ୍କୁଲ ଖୋଲିବା ପରେ ପିଲାଙ୍କୁ ମନିଟରିଂ କରିବେ ଗଣଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ସ୍କୁଲ ପିଲାଙ୍କୁ ମିନଟରିଂ କରିବେ ଗଣଶିକ୍ଷା ବିଭାଗ-ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଶିକ୍ଷାକ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି ମହାମାରୀ । ପ୍ରାୟ ଦେଢ ବର୍ଷ ହେବ ଅନିଶ୍ଚିତତା ଭିତରେ ରହିଛି ପିଲାଙ୍କ ଭବିଷ୍ୟତ । ନା ମନରୁ ସଂକ୍ରମଣ ଭୟ ଯାଉଛି ନା ସମ୍ପୂର୍ଣ୍ଣ ରୂପେ ସ୍କୁଲ ଖୋଲୁଛି । ଇଣ୍ଟରନେଟର ସମସ୍ୟା ହେଉ କି ଆର୍ଥିକ ଅସ୍ବଚ୍ଛଳତା, ବିଭିନ୍ନ କାରଣ ଯୋଗୁଁ ଅନଲାଇନ ଶିକ୍ଷା ମଧ୍ୟ ସମୂର୍ଣ୍ଣ ଭାବେ ଫଳପ୍ରଦ ହେଉନି । ତେବେ ପୂର୍ବରୁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପାଠପଢା ଅଫଲାଇନରେ ହେଉଥିବାବେଳେ ବର୍ତ୍ତମାନ ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଛି । ସଂକ୍ରମଣ ଭୟ ମଧ୍ୟ ସ୍କୁଲ ଖୋଲୁଥିବାବେଳେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ବର୍ତ୍ତମାନ ବିଶ୍ବର କେତେକ ଦେଶ ତଥା ରାଜ୍ୟରେ ସ୍କୁଲ ଖୋଲାଗଲାଣି । ପର୍ଯ୍ୟାୟକ୍ରମେ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲା ଯାଉଛି । ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପିଲାଙ୍କୁ ମନିଟରିଂ କରିବେ । ପିଲାଙ୍କ ଠାରେ କ'ଣ ସବୁ ଲକ୍ଷଣ ଦେଖାଯାଉଛି ଏବଂ ଶିକ୍ଷକମାନେ ଦୁଇଟି ଯାକ ଡୋଜ ଟିକା ନେଇଛନ୍ତି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଡିଏମଇଟି ।

ଯେହେତୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ପିଲାଙ୍କୁ ଟିକା ଦିଆଯାଇ ନାହିଁ, ଏଣୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ଏଥିପାଇଁ ଅଭିଭାବକମାନେ ପିଲାଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ସହ ସଚେତନ ରହିବାକୁ ଡିଏମଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି । ଏଥିସହ ଯଦି ଆଗକୁ ସଠିକ୍ ଭାବେ ନିୟମ ପାଳନ ନ ହୁଏ କିମ୍ବା ସେପରି କିଛି ପରିସ୍ଥିତି ଆସେ, ତେବେ ପୁଣିଥରେ ସ୍କୁଲ ବନ୍ଦ କରିଦିଆଯିବ ବୋଲି ସେ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.