ETV Bharat / city

omicron ସଂକ୍ରମିତ ଦେଶରୁ ଫେରନ୍ତା ହୋମ କ୍ୱାରେଣ୍ଟିନ ନିୟମ ପାଳନ କରନ୍ତୁ: DMET

author img

By

Published : Dec 4, 2021, 3:50 PM IST

ଓମିକ୍ରୋନ ସଂକ୍ରମିତ ଦେଶରୁ ଫେରିଥିବା ଲୋକମାନେ ହୋମ କ୍ୱାରେଣ୍ଟିନ ନିୟମ ପାଳନ କରନ୍ତୁ । ନଚେତ ଅନ୍ୟମାନେ ସଂକ୍ରମିତ ହେବେ ବୋଲି କହିଛନ୍ତି ଏମଇଟି (DMET)।

ଓମିକ୍ରୋନ ସଂକ୍ରମିତ ଦେଶରୁ ଫେରିଥିବା ବ୍ୟକ୍ତି ହୋମ କ୍ୱାରେଣ୍ଟିନ ନିୟମ ପାଳନ କରନ୍ତୁ: DMET

ଭୁବନେଶ୍ବର: ବିମାନବନ୍ଦରରେ ଆସୁଥିବା ଲୋକ ମାନଙ୍କୁ ସ୍କ୍ରିନିଂ ଓ ଟେଷ୍ଟିଂ କରାଯାଉଛି । ଏହାସହ ଲୋକମାନେ ବିମାନ ବନ୍ଦରରୁ ବାହାରି ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ସେଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ଆସୁଥିବା ଲୋକଙ୍କ ସୂଚନା ଦିଆଯାଉଛି । ଜିଲ୍ଲା ସ୍ତରରେ ସେହି ଲୋକ ମାନଙ୍କୁ ଟ୍ରାକ କରାଯାଉଛି । ଟେଷ୍ଟିଂ କରାଯାଉଛି, ଯଦି ରିପୋର୍ଟ ନେଗେଟିଭ ଆସୁଛି । ସେମାନଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଉଛି । ଯଦି କେହି ପଜିଟିଭ ଆସୁଛନ୍ତି । ସେମାନଙ୍କର ନମୁନା ସଂଗ୍ରହ କରି ଜିନମ ସିକ୍ବେନସିଂ ପାଇଁ ଆଇଏଲଏସ ଭୁବନେଶ୍ୱରକୁ ପଠାଯାଉଛି ।

ତେଣୁ ଜିନମ ସିକ୍ୱେନସିଂ ପରେ ହିଁ ଡ଼େଲଟା କି ଓମିକ୍ରୋନ ଜଣାପଡିବ । ଶେଷ ସୂଚନା ଅନୁଯାୟୀ ବିଦେଶରୁ ଆସିଥିବା 380 ଜଣଙ୍କର ଟେଷ୍ଟ କରାଯାଇଛି । ସେଥିରୁ ଯାହାର ପଜିଟିଭ୍ ଆସିବ, ସେମାନଙ୍କ ସାମ୍ପୁଲ ଜିନମ ସିକ୍ୱେନସିଂ ପାଇଁ ପଠାଯିବ । ଟିକା ନେବା ପାଇଁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ଭ୍ୟାକସିନ କାମ କରୁଛି । ଭୟବିତ ନ ହୋଇ ଭ୍ୟାକସିନ ନିଅନ୍ତୁ ଏବଂ କୋଭିଡ ନିୟମ ପାଳନ କରନ୍ତୁ ।

ତା ହେଲେ ଯାଇ କୋଭିଡକୁ ପ୍ରତିହତ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରୋନ ଚିହ୍ନଟ ହୋଇନାହିଁ । ଓମିକ୍ରୋନ ସଂକ୍ରମିତ ଦେଶ କିମ୍ବା ବିଦେଶରୁ ଫେରିଥିବା ଲୋକମାନେ ହୋମ କ୍ୱାରେଣ୍ଟିନ ନିୟମ ପାଳନ କରନ୍ତୁ । ନଚେତ ଅନ୍ୟମାନେ ସଂକ୍ରମିତ ହେବେ । ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆସିନାହିଁ ବୋଲି ଡିମଇଟି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.