ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।
ତେବେ କେବଳ ସରକାରଙ୍କର ଦାୟିତ୍ବ ନୁହେଁ ରୋଗୀଙ୍କୁ ଖୋଜିବା । ସାଧାରଣ ଲୋକମାନଙ୍କର ବି କିଛି ଦାୟିତ୍ବ ରହିବା ଦରକାର । ଲୋକାଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି ସିବିକେ ମହାନ୍ତି କହିଛନ୍ତି । କୋଭିଡକୁ ନେଇ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ।
ଏପଟେ ଦୈନିକ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଦୈନିକ ଟେଷ୍ଟ ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ