ଭୁବନେଶ୍ବର: ଆଉ ଦୁଇରୁ ତିନି ଦିନ ମଧ୍ୟରେ ଆରମ୍ଭ ହେବ ଡିଏଲ ଓ ଏଲଏଲ ପାଇଁ ଟେଷ୍ଟ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ ନିୟମ ମାନି ଟେଷ୍ଟ କରାଯିବ । ସେହିପରି ଦୈନିକ 20 ଜଣଙ୍କ ଟେଷ୍ଟ କରାଯିବ । ଏନେଇ ପରିବହନ କମିଶନରଙ୍କୁ ପତ୍ର ଲେଖିଛି ସଡକ ଓ ପରିବହନ ବିଭାଗ ।
ସୂଚନାଥାଉକି, କୋଭିଡ୍ କଟକଣା ପାଇଁ ଡିଏଲ(ଡ୍ରାଇଭିଂ ଲାଇସେନ୍ସ) ଓ ଏଲଏଲ( ଲର୍ଣ୍ଣିଂ ଲାଇସେନ୍ସ) ବନ୍ଦ ଥିଲା । ତେବେ ଲକଡାଉନ ଉଠିଯିବାରୁ ଏହାକୁ ପୁଣି ଥରେ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ କୋରୋନା ପାଇଁ ବୈଧତା ଶେଷ ହୋଇଥିବା ଲାଇସେନ୍ସର ବୈଧତାକୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବଢାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ