ETV Bharat / city

ପ୍ରକାଶ ପାଇଲା ଜିଲ୍ଲାୱାରୀ ଟିକା ତାଲିକା - vaccine distribution

ଆସନ୍ତା 16 ରୁ ରାଜ୍ୟରେ ଆରମ୍ଭ ହେବ ଟୀକାକରଣ । ଏନେଇ ପ୍ରକାଶ ପାଇଲା ଜିଲ୍ଲାଓ୍ବାରୀ ଟିକା ତାଲିକା । ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ 92 ହଜାର 555 ଜଣ ହିତାଧିକାରୀଙ୍କୁ ମିଳିବ ଟିକା । ଅଧିକ ପଢନ୍ତୁ...

district wise vaccine distribution list released
ପ୍ରକାଶ ପାଇଲା ଜିଲ୍ଲାୱାରୀ ଟୀକା ତାଲିକା
author img

By

Published : Jan 13, 2021, 4:11 PM IST

Updated : Jan 13, 2021, 4:57 PM IST

ଭୁବନେଶ୍ବର: ଆସନ୍ତା 16 ରୁ ରାଜ୍ୟରେ ଆରମ୍ଭ ହେବ ଟୀକାକରଣ । ଟୀକାକରଣ ପାଇଁ ରାଜ୍ୟରେ 3 ଲକ୍ଷ 38 ହଜାର 777 ଜଣ ସ୍ବାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ 1ଲକ୍ଷ 92 ହଜାର 555 ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବା ପାଇଁ ସ୍ଥିର କରାଯାଇଛି । ଆଜି ଭୁବନେଶ୍ବରରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନର 20 ହଜାର ଡୋଜ ପହଞ୍ଚିଛି । ମଙ୍ଗଳବାର ଓଡିଶାରେ ସ୍ବଦେଶୀ ଟୀକା କୋଭିସିଲ୍ଡର 4 ଲକ୍ଷ 8 ହଜାର ଡୋଜ ପହଞ୍ଚିଥିଲା ।

ପ୍ରକାଶ ପାଇଲା ଜିଲ୍ଲାୱାରୀ ଟିକା ତାଲିକା

ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଟୀକା ତାଲିକା ପ୍ରକାଶ ପାଇଛି । ତେବେ କୋଭାକ୍ସିନ ଟୀକା କେବଳ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦିଆଯିବ । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ କୋଭିସିଲ୍ଡ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

district wise vaccine distribution list released
ପ୍ରକାଶ ପାଇଲା ଜିଲ୍ଲାୱାରୀ ଟୀକା ତାଲିକା

ସୂଚନାଯୋଗ୍ୟ, ଭୁବନେଶ୍ବରରେ 9 ହଜାର ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଟିକା ଦିଆଯିବାକୁ ଥିବାବେଳେ ଅନୁଗୋଳରେ 4 ହଜାର 590, ବଲାଙ୍ଗୀରରେ 7 ହଜାର 200, ବାଲେଶ୍ବରରେ 7 ହଜାର 560, ବରଗଡରେ 6 ହଜାର 525, ଭଦ୍ରକରେ 4 ହଜାର 995, ବୌଦ୍ଧରେ 1 ହଜାର 755, କଟକରେ 17 ହଜାର 190, ଦେବଗଡରେ 1 ହଜାର 485, ଢେଙ୍କାନାଳରେ 4 ହଜାର 500, ଗଜପତିରେ 4 ହଜାର 50, ଗଞ୍ଜାମରେ 15 ହଜାର 120, ଜଗତସିଂହପୁରରେ 4 ହଜାର 590, ଯାଜପୁରରେ 6 ହଜାର 885, ଝାରୁସୁଗୁଡାରେ 2 ହଜାର 880, କଳାହାଣ୍ଡିରେ 6 ହଜାର 120, କନ୍ଧମାଳରେ 4 ହଜାର 590, କେନ୍ଦ୍ରାପଡାରେ 4 ହଜାର 595, କେନ୍ଦୁଝରରେ 7 ହଜାର 290, ଖୋର୍ଦ୍ଧାରେ 5 ହଜାର 535, କୋରାପୁଟରେ 7 ହଜାର 470, ମାଲକାନଗିରିରେ 3 ହଜାର 240, ମୟୂରଭଞ୍ଜରେ 10 ହଜାର 710, ନବରଙ୍ଗପୁରରେ 6 ହଜାର 300, ନୟାଗଡରେ 3 ହଜାର 600, ନୂଆପଡାରେ 3 ହଜାର 200, ପୁରୀରେ 6 ହଜାର 300, ରାୟଗଡାରେ 4 ହଜାର 860, ସମ୍ବଲପୁରରେ 6 ହଜାର 750, ସୁବର୍ଣ୍ଣପୁରରେ 3 ହଜାର 285, ସୁନ୍ଦରଗଡରେ 9 ହଜାର 945 ଜଣ ହିତାଧିକାରୀ ପାଇବେ କୋଭିସିଲ୍ଡ ଟିକା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 13, 2021, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.