ETV Bharat / city

ଆସନ୍ତା ଜୁଲାଇରୁ ଅନଲାଇନରେ ପେନସନ ଆବେଦନ ଜରୁରୀ - ପେନସନ ଅଦାଲତ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ.ଜି) ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଛି । ଅଧିକ ପଢନ୍ତୁ

ଆସନ୍ତା ଜୁଲାଇ ମାସରୁ ଅନଲାଇନରେ ପେନସନ ଆବେଦନ ଜରୁରୀ

author img

By

Published : May 7, 2022, 8:51 AM IST

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ.ଜି) ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଛି । ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପେନସନ ଅଦାଲତ । ଜିଲ୍ଲାପାଳ ଭିନୀତ ଭରଦ୍ବାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

ଆସନ୍ତା ଜୁଲାଇ ମାସରୁ ଅନଲାଇନରେ ପେନସନ ଆବେଦନ ଜରୁରୀ

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ କହିଛନ୍ତି ଯେ ‘ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା’ ରହିଛି । ଏହାସତ୍ବେ ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉ ନାହାନ୍ତି । ଯାହାଫଳରେ ବାହୁବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ 2018 ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି । ମାତ୍ର ପେନସନ ମଞ୍ଜୁର କର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି । ଆସନ୍ତା ଜୁଲାଇ ମାସରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁର କର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି ।

ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି । ଏହି ପେନସନ ଅଦାଲତରେ 2012 ରୁ 2021 ପର୍ଯ୍ୟନ୍ତ 180ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ପେନସନ ମଞ୍ଜୁର ପାଇଁ ପଦକ୍ଷେପ ନିଆଯାଇଛି । ବିଗତ 2 ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଳାରେ 989 ଜଣ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ 629 ଜଣଙ୍କ ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପେନସନ ମଞ୍ଜୁର ପାଇଁ ପଠାଯାଇଥିଲା ।

ସେଥିମଧ୍ୟରୁ 48ଟି ଠିକ କାଗଜପତ୍ର ନ ଥିବାରୁ ଫେରି ଆସିଥିଲା । ଜିଲ୍ଲାପାଳ ଓ ଶ୍ରୀରାଜ ଅଶୋକ ଫଇସଲା କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଟୁଇଟି ଆଦେଶ ପ୍ରଦାନ କରିଛନ୍ତି । ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶୀଲ ମିଶ୍ର ପରିଚାଳନା କରିଥିଲେ । ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ । ଏନେଇ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.