ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଅନେକ ବାହ୍ୟଜଗତରୁ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ଯାହାର କ୍ଷୟକ୍ଷତି ନେଇ ଏବେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି।
ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷୟକ୍ଷତି ହୋଇଛି ଜଣାପଡିବ । ଫସଲ ଜନିତ କ୍ଷୟକ୍ଷତିର ରିପୋର୍ଟ ମଧ୍ୟ ମଗାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ। ଯେଉଁ ଅଞ୍ଚଳରେ ବନ୍ୟପାଣି ମାଡିଥିଲା ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ପାଣି ଛାଡିବା ପରେ ସେମାନେ ଘରକୁ ଫେରିଛନ୍ତି। ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଢେଙ୍କାନାଳ ଓ ମାଲକାନଗିରିର ବିଭିନ୍ନ ଅଞ୍ଚଳ ବ୍ୟାପକ ପ୍ରଭାବିତ ହୋଇଛି। କିଛି ରାସ୍ତା କଟଅଫ ରହିଛି। ଆଗକୁ ହେବାକୁ ଥିବା ଆସନ୍ନ ଲଘୁଚାପ ଓ ତତଜନିତ ବର୍ଷା ପାଇଁ ଜିଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି।ବଲାଙ୍ଗୀରରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ। ଏହାସହ ଯେଉଁସ୍ଥାନରେ ରାସ୍ତା ଓ ପୋଲ ଭାଙ୍ଗିଛି ତାହାର ମରାମତି କରିବା ପାଇଁ ମଧ୍ୟ କୁହାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ