ETV Bharat / city

+2 ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା

+2 ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା । ଆଜି ବୈଠକରେ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢନ୍ତୁ...

+2 ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇ ପାରିବେ ଅଫଲାଇନ ପରୀକ୍ଷା

author img

By

Published : Sep 1, 2021, 8:54 PM IST

Updated : Sep 1, 2021, 10:00 PM IST

ଭୁବନେଶ୍ବର :+2 ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ମାଧ୍ୟମରେ ପୁର୍ନବାର ପରୀକ୍ଷା ଦେଇପାରିବେ । ଏନେଇ ଖୁବ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ଆବେଦନ କରିପାରିବେ ଆଗ୍ରହୀ ଛାତ୍ରଛାତ୍ରୀ । ଏହି ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ୫ ଦିନ ସମୟ ମିଳିବ । ଆଜି ବସିଥିବା +2 ପରୀକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ତେବେ ଏଥିପାଇଁ ବୋର୍ଡ ପକ୍ଷରୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେବାକୁ ଥିବା ଅଫଲାଇନ ପରୀକ୍ଷାରେ ସମସ୍ତ ବିଷୟ ପରିବର୍ତ୍ତେ ନିର୍ଦ୍ଦିଷ୍ଟ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରୀକ୍ଷା କରାଯିବ । ଆସନ୍ତାକାଲି ବିଦ୍ୟାଳୟଗୁଡିକ ଲିଙ୍କ ପଠାଇବେ ବୋର୍ଡ କର୍ତ୍ତୃପକ୍ଷ । ଏହି ଲିଙ୍କ ମାଧ୍ୟମରେ ଆଗ୍ରହୀ ଛାତ୍ରାଛାତ୍ରୀ ପରୀକ୍ଷା ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ । ତେବେ ଏହି ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇ ଥିବାବେଳେ ଏହି ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଚାଲିବ ।

ସୂଚନା ଅନୁଯାୟୀ, ରାଜ୍ୟରେ କୋରୋନା ପାଇଁ ୧୦ମ ଶ୍ରେଣୀ ପରି +2 ମଧ୍ୟ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିଲା । ଏହି ଫଳାଫଳକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ଫଳରେ ଆଉ ଥରେ ସ୍ବଳ୍ପ ସମୟ ମଧ୍ୟରେ ପରୀକ୍ଷା କରାଇବା ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦର କଣ୍ଟ୍ରୋଲର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 1, 2021, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.