ETV Bharat / city

ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ଦାବିରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ମୀ

author img

By

Published : Oct 8, 2021, 9:45 PM IST

କଂଗ୍ରେସରେ ଅସନ୍ତୁଷ୍ଟଙ୍କ ମେଳି ତେଜିବାରେ ଲାଗିଛି । ଶୁକ୍ରବାର  ନିରଞ୍ଜନଙ୍କ ବିରୋଧରେ କଂଗ୍ରେସର ଅସନ୍ତୁଷ୍ଟ କର୍ମୀ ଭୁବନେଶ୍ୱର MLA କଲୋନୀରେ ବିଧାୟକ ମହମ୍ମଦ ମୋକିମଙ୍କ ବାସଭବନରେ ଏକାଠି ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ଦାବିରେ ଏକାଠି ହେଲେ ଅସନ୍ତୁଷ୍ଟ

ଭୁବନେଶ୍ବର: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ମେଳି ତେଜିବାରେ ଲାଗିଛି । ଶୁକ୍ରବାର ନିରଞ୍ଜନଙ୍କ ବିରୋଧରେ କଂଗ୍ରେସର ଅସନ୍ତୁଷ୍ଟ କର୍ମୀ ଭୁବନେଶ୍ୱର MLA କଲୋନୀରେ ବିଧାୟକ ମହମ୍ମଦ ମୋକିମଙ୍କ ବାସଭବନରେ ଏକାଠି ହୋଇଛନ୍ତି । ଏକାଠି ହୋଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ।

ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ଦାବିରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ମୀ
ରାଜ୍ୟରେ କଂଗ୍ରେସ ଦଳ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ଏଥିପାଇଁ ନିରଞ୍ଜନଙ୍କୁ ଉପରେ ଆଙ୍ଗୁଳି ଉଠାଇଛନ୍ତି ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଂଗ୍ରେସ ନେତା ଓ କର୍ମୀ ।ପିସିସି ପରିବର୍ତ୍ତନ ନହେଲେ କଂଗ୍ରେସର ଅଦ୍ଧୋପତନ ହେବା ସମ୍ଭାବନା ରହିଛି । ତେଣୁ ତୁରନ୍ତ ପିସିସି ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି ବୋଲି ମତ ଦେଇଛନ୍ତି ଅସନ୍ତୁଷ୍ଟ କର୍ମୀ । ନିରଞ୍ଜନଙ୍କୁ ନେଇ AICCକୁ ଅବଗତ କରାଯାଇଛି । ତେଣୁ ଏହା ଉପରେ ହାଇକମାଣ୍ଡ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି କର୍ମୀ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ଏବେଠୁ ଦଳର ସ୍ଥିତି ସମଗଠିତ ନହେଲେ ଦଳକୁ କ୍ଷତି ପହଞ୍ଚିପାରେ । ଏଥିପାଇଁ ବର୍ତ୍ତମାନ ପିସିସି ପରିବର୍ତ୍ତନ ହେବା ଦରକାର ବୋଲି ମତ ଦେଇଛନ୍ତି ନିରଞ୍ଜନ ବିରୋଧି କର୍ମୀ । ଓଡ଼ିଶାରେ ଏଭଳି ଦ୍ଵନ୍ଦ ନିଶ୍ଚିତ ଭାବରେ ଶାସକ ବିଜେଡି ଓ ବିରୋଧୀ ବିଜେପିକୁ କଂଗ୍ରେସକୁ ଘେରିବାକୁ ଖୋରାକ ଯୋଗାଇବ । କଂଗ୍ରେସ ଭୋଟ ହାର କମିବାର ସମ୍ଭାବନା ମଧ୍ୟ ଦେଖାଯାଉଛି । ତେଣୁ ବେଳ ଥାଉଥାଉ ଯଦି କଂଗ୍ରେସ ଅନ୍ତର୍ଦ୍ୱନ୍ଦ ପ୍ରଶମିତ ନହୁଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବା ଆଶଙ୍କା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.