ETV Bharat / city

ପୂର୍ବତନ କୁଳପତି ଓ ଶିକ୍ଷାବିତଙ୍କ ଅଭିଯୋଗ, ଭିସି ନିୟୁକ୍ତି କ୍ଷେତ୍ରରେ ନହେଉ ରାଜନୈତିକ ହସ୍ତକ୍ଷେପ - dissatisfaction in vice chancellor issue

ପୂର୍ବରୁ ଯୋଗ୍ୟତା ଭିତ୍ତିରେ କୁଳପତିଙ୍କ ଚୟନ କରାଯାଉଥିଲା, ଯେଉଁଥିରେ କୁଳପତିମାନେ ବିଶ୍ବବିଦ୍ୟାଳୟର ସୁନାମ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଥିଲେ । ମାତ୍ର ଏବେ ସେହି ସମୟର କୁଳପତି ବର୍ତ୍ତମାନର କୁଳପତିଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଅଧିକ ପଢନ୍ତୁ...

ପୂର୍ବତନ କୁଳପତି ଓ ଶିକ୍ଷାବିତଙ୍କ ଅଭିଯୋଗ
ପୂର୍ବତନ କୁଳପତି ଓ ଶିକ୍ଷାବିତଙ୍କ ଅଭିଯୋଗ
author img

By

Published : Apr 2, 2021, 4:58 PM IST

ଭୁବନେଶ୍ବର: ରାଜ୍ୟରେ କୁଳପତି ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ । ଭିସିଙ୍କ ଚୟନକୁ ନେଇ ଦେଖାଦେଇଛି ଅସନ୍ତୋଷ । କୁଳପତିଙ୍କ ଚୟନ କ୍ଷେତ୍ରରେ ହେଉଛି ରାଜନୈତିକ ହସ୍ତକ୍ଷେପ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଏନେଇ ଭିନ୍ନ ମତ ଦେଇଛନ୍ତି କୁଳପତି ଓ ଶିକ୍ଷାବିତ। ରାଜ୍ୟରେ 6 ଟି ବିଶ୍ବବିଦ୍ୟାଳୟ ରହିଥିବାବେଳେ କୁଳପତିଙ୍କ ଚୟନ ପ୍ରକ୍ରିୟାକୁ ଠିକ ଭାବରେ ଅନୁସରଣ କରାଯାଉନଥିବା ଅଭିଯୋଗ ହୋଇଛି ।

ପୂର୍ବତନ କୁଳପତି ଓ ଶିକ୍ଷାବିତଙ୍କ ଅଭିଯୋଗ

ବର୍ତ୍ତମାନ ଯେଉଁଭଳି ଭାବେ କୁଳପତିଙ୍କ ନିଯୁକ୍ତି କରାଯାଉଛି, ତାହା ପୂର୍ବରୁ କେବେ ବି ହୋଇନାହିଁ। କୁଳପତି ଚୟନ ପାଇଁ ସର୍ଚ୍ଚ କମିଟି ଯେଉଁମାନଙ୍କ ନାମ ସୁପାରିସ କରିଥାନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବେ କୁଳାଧିପତି ଭେଟି ସାକ୍ଷାତକାର ନେବା ପରେ କୁଳପତି ଚୟନ କରାଯାଇଥାଏ ।

ବିଶ୍ବର ସବୁ ନାମକରା ବିଶ୍ବବିଦ୍ୟାଳୟରେ କୁଳପତି ଚୟନ ବିଶେଷଜ୍ଞଙ୍କ ହାତରେ ଥିବାବେଳେ ଆମ ରାଜ୍ୟରେ ବ୍ୟତିକ୍ରମ କାହିଁକି ବୋଲି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଯାହାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବାଧୀନତା ଅବକ୍ଷୟ ହେଉଛି।

ତେବେ ରାଜ୍ୟରେ କୁଳପତି ଚୟନ ପ୍ରକ୍ରିୟାକୁ ଠିକ ଭାବରେ ଅନୁସରଣ କରାଯାଉନାହିଁ। ଏହାଦ୍ବାରା ବିଶ୍ବବିଦ୍ୟାଳୟର ମାନ ଅବକ୍ଷୟ ହେଉଛି ବୋଲି ଅଭିଯୋଗ ହେଉଛି। ବିଶ୍ବବିଦ୍ୟାଳୟ ମାନଙ୍କର ଉନ୍ନତି କରିବାକୁ ହେଲେ ବିଶ୍ବବିଦ୍ୟାଳୟ ଗୁଡିକୁ ସ୍ବାଧୀନତା ଦେବାକୁ ପଡିବ ଏବଂ କିଏ କୁଳପତି ହେବେ, କିଏ ପ୍ରଫେସର ହେବେ, ତାହା ଏକ ସ୍ବତନ୍ତ୍ର କମିଟି ନିଷ୍ପତି ଦେବାକୁ ମତ ଦେଇଛନ୍ତି ଶିକ୍ଷାବିତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.