ETV Bharat / city

odisha assembly: ଧାନ କିଣାକୁ ନେଇ ସରକାର-ବିରୋଧୀ ଗୃହରେ ମୁହାଁମୁହିଁ

author img

By

Published : Mar 26, 2022, 4:55 PM IST

ବିଧାନସଭାରେ ମଧ୍ୟ ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ମଣ୍ଡି ଅବ୍ୟବସ୍ଥା ପୁଳା ପୁଳା ଅସୁବିଧା, ଟୋକନ ସମସ୍ୟାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

ଧାନ କିଣାକୁ ନେଇ ସରକାର-ବିରୋଧୀ ଗୃହରେ ମୁହାଁମୁହିଁ

ଭୁବନେଶ୍ବର: ସ୍ବଳ୍ପ କାଳୀନ ବଜେଟ ଅଧିବେଶନ ବି ହୋଇପାରୁନାହିଁ ସ୍ବାଭାବିକ। ଧାନ କିଣା, ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ପ୍ରସଙ୍ଗରେ ବିଧାନସଭା ଆଜି ହୋଇପଡିଥିଲା ସରଗରମ ।

ବିଧାନସଭାରେ ମଧ୍ୟ ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ମଣ୍ଡି ଅବ୍ୟବସ୍ଥା ପୁଳା ପୁଳା ଅସୁବିଧା, ଟୋକନ ସମସ୍ୟାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ଚାଷୀ ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ରେ ଭାଗନେଇ କଂଗ୍ରେସ ଓ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ କହିଛନ୍ତି ସବୁ ମଣ୍ଡିରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ? ଧାନ କିଣାରେ କାହିଁକି ଦୁର୍ନୀତି ହେଉଛି? ନିୟମ ଉଲଙ୍ଘନ କାହିଁକି ହେଉଛି? ପୂର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମି ହେଲା ବୋଲି ପ୍ରଶ୍ନ କରିବା ସହ ସରକାରଙ୍କୁ ଜବାବ ମାଗିଛନ୍ତି ।

ଚାଷୀଙ୍କୁ ଶୋଷଣ କରିବା ପାଇଁ ସରକାର ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇଛନ୍ତି। ଚାଷୀଙ୍କ ବାର୍ଷିକ ଆୟ କେତେ ? ମାସକୁ ୫ଶହ ଟଙ୍କା ବି ହେଉନାହିଁ। ଚାଷୀଙ୍କ ଭୋଟ ହାତେଇବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଚାଷୀ କୁ କିଛି ମିଳୁ ନାହିଁ । ଚାଷୀ ବଞ୍ଚିବ କେମିତି ବୋଲି କହିଛନ୍ତି ।

ସେହିପରି ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଛନ୍ତି ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି। ଟୋକନ ପାଇଥିଲେ ମଧ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି। କଟନି ଛଟନି କରାଯାଉଛି। ଅସାଧୁ ମିଲ ମାଲିକ ଫାଇଦା ନେଉଛନ୍ତି। ଆଦର୍ଶ ମଣ୍ଡି କରିପାରୁନାହାନ୍ତି।

ସେହିଭଳି ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ରାଜ୍ୟ ସରକାର ସ୍ବଚ୍ଛତାର ସହ ଧାନ କ୍ରୟ କରୁଛନ୍ତି । କେନ୍ଦ୍ର ସରକାର ତାଙ୍କ ଦାୟିତ୍ବ ତୁଳାଉ ନାହାଁନ୍ତି । ଆବଶ୍ୟକ ଅର୍ଥ ଦେଉନାହାଁନ୍ତି । ଫଳରେ ଚାଷୀଙ୍କୁ ଟଙ୍କା ଦେବା ପାଇଁ ସରକାରଙ୍କୁ ଋଣ କରିବାକୁ ପଡୁଛି ବୋଲି କହିଛନ୍ତି ।

ଅନ୍ୟପଟେ ଜବାବ ଦେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ ପ୍ରତାପ ସ୍ବାଇଁ ଗୄହରେ କହିଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ଧାନଚାଷ ଜମି ସର୍ଭେ କରିଛୁ। ୧ଲକ୍ଷ ୮ ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ୯୧ଜଣ ସୋସାଇଟି ସେକ୍ରେଟାରୀ ଙ୍କୁ ନିଲମ୍ବନ କରାଯାଇଛି। ବିରୋଧୀଙ୍କୁ ମନ୍ତ୍ରୀ ଆହ୍ବାନ ଦେଇ କହିଛନ୍ତି ସିଷ୍ଟମ ସହିତ ରୁହ ଚୋରଙ୍କ ସହିତ ଭୂଆ ବିରାଡି ହୁଅ ନାହିଁ। ଭୁତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସଞ୍ଚୟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.