ETV Bharat / city

ନବୀନ ନିବାସରେ ସେଲିବ୍ରେସନ, ଅନୁପସ୍ଥିତ ଥିଲେ ବିଧାୟକ ଅନନ୍ତ - ଅନୁପସ୍ଥିତ ଥିଲେ ବିଧାୟକ ଅନନ୍ତ ଜେନା

ପୌର ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ନିବାସରେ ସେଲିବ୍ରେସନ । ହେଲେ ଏହି ସେଲିବ୍ରେସନରେ ନଥିଲେ ବିଧାୟକ ଅନନ୍ତ ଜେନା । ଅଧିକ ପଢନ୍ତୁ

ନବୀନ ନିବାସରେ ସେଲିବ୍ରେସନ, ଅନୁପସ୍ଥିତ ଥିଲେ ବିଧାୟକ ଅନନ୍ତ

author img

By

Published : Mar 26, 2022, 10:36 PM IST

ଭୁବନେଶ୍ବର: ପୌର ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ନିବାସରେ ସେଲିବ୍ରେସନ । ହେଲେ ଏହି ସେଲିବ୍ରେସନରେ ନଥିଲେ ବିଧାୟକ ଅନନ୍ତ ଜେନା ।

ନବୀନ ନିବାସରେ ସେଲିବ୍ରେସନ, ଅନୁପସ୍ଥିତ ଥିଲେ ବିଧାୟକ ଅନନ୍ତ

ଭୁବନେଶ୍ବର ନବ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସହ ବିଜୟୀ କର୍ପୋରେଟର ଓ କର୍ମୀଙ୍କ ଗହଣରେ ହେଲା ସେଲିବ୍ରେସନ। ବାସଭବନରୁ ବାହାରି ନବୀନ ହାତ ହଲାଇ ନବ ନିର୍ବାଚିତ କର୍ପୋରେଟର ଓ ମେୟରଙ୍କ ସହ ସେଲିବ୍ରେସନରେ ହୋଇଥିଲେ ସାମିଲ। ଯେଉଁଠି ଥିଲେ ଭୁବନେଶ୍ବର ଦୁଇ ବିଧାୟକ ଅଶୋକ ପଣ୍ଡା ଓ ସୁଶାନ୍ତ ରାଉତ ହେଲେ ଉପସ୍ଥିତ ନ ଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଯେକି ପୂର୍ବତନ ମେୟରରୁ ବିଧାୟକ ହୋଇଥିଲେ। ତେବେ ନା ସେ ଦଳୀୟ ସେଲିବ୍ରେସନରେ ନା ପଦଯାତ୍ରାରେ ସାମିଲ ହୋଇଥିଲେ ନା କି ନବୀନ ନିବାସ ଯାଇଥିଲେ ।

ସୂଚନା ମୁତାବକ ସେ ନିଜ ସରକାରୀ ବାସଭବନରେ ଉପସ୍ଥିତ ଥିଲେ। ମଧ୍ୟ ନିର୍ବାଚନ ମଣ୍ଡଳିର ୪ଟି ଓ୍ବାର୍ଡରେ ଖରାପ ପ୍ରଦର୍ଶନ ହୋଇଛି ବିଜେଡିର। ମୋଟା ମୋଟି ୮ ଟି ଓ୍ବାର୍ଡରୁ ୪ ଟି ଓ୍ବାର୍ଡରେ ବିଜେଡି ପରାସ୍ତ ହୋଇଥିଵା ବେଳେ ୧୪ ଟି ବିଜେଡି ଖାତାକୁ ଯାଇଛି। ୪ ଟି ରୁ ୨ ଟି ରେ ବିଜେପିର ୩୩ ନମ୍ବର ଓ୍ବାର୍ଡର ଧରୀତ୍ରି ଜେନା ଓ ୩୯ ନମ୍ବର ଓ୍ବାର୍ଡର ଗୀତାଞ୍ଜଳି ସାହୁ ବିଜୟୀ ହୋଇଛନ୍ତି। ଆଉ ଦୁଇଟି ଓ୍ବାର୍ଡ ୩୭ ନମ୍ବର ଓ୍ବାର୍ଡରେ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀ ବନ୍ଦିତା ପାଲଙ୍କ ସହ ୪୬ ନମ୍ବର ଓ୍ବାର୍ଡର ପୁଷ୍ପା ରାଉତ ବିଜୟୀ ହୋଇଛନ୍ତି।

ଯାହାକୁ ନେଇ ଅନନ୍ତଙ୍କ ଉପରେ ଏହାର ପ୍ରଭାବ ପଡିଛି। ତେବେ ସେ ନିଜ ଆଡୁ ଦଳୀୟ ସେଲିବ୍ରେସନରେ ସାମିଲ ହୋଇନଥିଲେ ନା ତାଙ୍କୁ ନବୀନ ନିବାସ ଆସିବାକୁ ବାରଣ କରାଯାଇଥିଲା ଯାହା ଏବେ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.