ETV Bharat / city

କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ ଭଉଣୀ

author img

By

Published : Aug 22, 2021, 1:50 PM IST

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ କୋରୋନା ଯୋଦ୍ଧାଙ୍କୁ ରାଜଧାନୀରେ 'ଏଇ ତ ସମ୍ପର୍କ'ର ସଦସ୍ୟ ଥିବା କିଛି ଦିବ୍ୟାଙ୍ଗ ଭଉଣୀ ଓ କିନ୍ନରମାନେ ରାକ୍ଷୀ ବାନ୍ଧିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ ଭଉଣୀ
କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ ଭଉଣୀ

ଭୁବନେଶ୍ବର: ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଆଉ ଏହି ଦିନରେ ଭାଇ ହାତରେ ସ୍ନେହର ଡୋର ବାନ୍ଧିଥାଏ ଭଉଣୀ । ଆଉ ରାକ୍ଷୀ ବାନ୍ଧି ଭାଇଠାରୁ ସୁରକ୍ଷାର ପ୍ରତିଶ୍ରୁତି ନେଇଥାଏ ଭଉଣୀ । ତେବେ କୋରୋନା ମହାମାରୀ ବେଳେ ସାରା ବିଶ୍ବକୁ ସୁରକ୍ଷା ଯୋଗାଇ ଆସୁଛନ୍ତି କୋରୋନା ଯୋଦ୍ଧା । ଆଜି ଏହି ପବିତ୍ର ଦିନରେ ରାଜଧାନୀରେ 'ଏଇ ତ ସମ୍ପର୍କ' ଅନୁଷ୍ଠାନର ସଦସ୍ୟମାନେ କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।

ଏହି ଅନୁଷ୍ଠାନର ଦିବ୍ୟାଙ୍ଗ ଓ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡାକ୍ତର, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ଓ ପୋଲିସଙ୍କ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଏହାସହ ଟ୍ରାଫିକ ପୋଲିସ ମାନଙ୍କ ହାତରେ ମଧ୍ୟ ସେମାନେ ରାକ୍ଷୀ ବାନ୍ଧିଛନ୍ତି । କୋରୋନା କଟକଣା ଭିତରେ ଏହି ପ୍ରୀତିର ପର୍ବକୁ ପାଳନ କରି କର୍ମକର୍ତ୍ତାମାନେ ଖୁସିଥିବା ବେଳେ ମହାମାରୀ ସହ ସର୍ବଦା ଲଢ଼ି ସମସ୍ତଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସଂକଳ୍ପ ନେଇଛନ୍ତି । ନିଜକୁ ଉତ୍ସର୍ଗୀକୃତ କରି ଲୋକଙ୍କୁ ସୁରକ୍ଷା ଯୋଗାଇବେ ବୋଲି ସେମାନେ କହିଛନ୍ତି ।

ଆଜିର ଦିନକୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ଗୋମାତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବାର ନିଦ୍ଦର୍ଶନ ରହିଛି । ସବୁ ପରେ ବି ରାକ୍ଷୀ ବାନ୍ଧିଲା ପରେ ଗେହ୍ଲୀ ଭଉଣୀଟି ଭାଇଠାରୁ ସବୁଦିନ ସୁରକ୍ଷାର ପ୍ରତିଶୃତି ନେଇଥାଏ । ଆଉ ଆଜିର ଦିନରେ କୋରୋନା ପରି ମହାମାରୀରୁ ରକ୍ଷା କରୁଥିବା ସମ୍ମୁଖ ଯୋଦ୍ଧା ବା କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଏହି ଅନୁଷ୍ଠାନର ସଦସ୍ୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.