ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (RMRC) ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ମିଳିଛି ଜାତୀୟ ପୁରସ୍କାର । ବିଶ୍ବର ଜେନେରାଲ ଓ ଇଣ୍ଟରନାଲ ମେଡିସିନ ଗବେଷଣାରେ ସଂଘମିତ୍ରାଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ଗବେଷକ ମାନ୍ୟତା (Rank) ମିଳିଛି ।

ସେପଟେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଗବେଷକ ଭାବେ ସଂଘମିତ୍ରାଙ୍କୁ ପ୍ରଥମ ରାଙ୍କ ମିଳିଛି । ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ICMR । ବିଶ୍ବରେ ପ୍ରାୟ ୨ ଶତକଡ଼ା ଗବେଷକଙ୍କ ମଧ୍ୟରୁ ତାଙ୍କୁ ଏହି ସଫଳତା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ