ETV Bharat / city

'ଆଗ ଜୀବନ ତାପରେ ମେଳା-ମହୋତ୍ସବ, ପାର୍ବଣରେ ଅଧିକ ସତର୍କ ରୁହନ୍ତୁ'

author img

By

Published : Oct 5, 2021, 1:12 PM IST

ଆସନ୍ତା ୩ ମାସ ସଂକ୍ରମଣ ହାର ବୃଦ୍ଧିପାଇବା ନେଇ ପୂର୍ବାନୁମାନ କଲେ ଜନସ୍ବାର୍ଥ ନିର୍ଦ୍ଦେଶକ । ତେଣୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଅଧିକ ପଢନ୍ତୁ...

director-of-public-interest-advised-to-be-careful-in-festive-season
'ଆଗ ଜୀବନ ତାପରେ ମେଳା-ମହୋତ୍ସବ, ପାର୍ବଣରେ ଅଧିକ ସତର୍କ ରହନ୍ତୁ'

ଭୁବନେଶ୍ବର: ଆସନ୍ତା 3 ମାସ ଆମ ପାଇଁ ହେବ ନିର୍ଣ୍ଣାୟକ, ପ୍ରଥମେ ଜୀବନ, ତାପରେ ମେଳା ଓ ମହୋତ୍ସବ । ସମସ୍ତେ ମିଶିକି ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ, କୋଭିଡକୁ ହରାଇ ପାରିବା ବୋଲି କହିଲେ ଜନସ୍ବାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ସେଠାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗହଳି ସ୍ଥାନଗୁଡୁକ ଉପରେ କଡା ନଜର ରଖିବାକୁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି । ରାଜ୍ୟ ଏବଂ ଦେଶରେ ସଂକ୍ରମଣ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି । ତଥାପି ଆସନ୍ତା 3 ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା ସେଥିରେ 70 ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟୀକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ତେଣୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ପଡ଼ିବ । ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ, ଯାତ୍ରା ବୋଲି କହିଛନ୍ତି ଜନସ୍ବାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ୱରରେ ପଜିଟିଭ ହାର ଅଧିକ ରହୁଥିବାରୁ BMC ଗାଇଡ଼ଲାଇନ ଜାରି କରିଛି । ନୀତି ଆୟୋଗ, ICMR ପ୍ରଭୃତି ଭିଡ଼ କମାଇବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟ ସଚେତନତା ପଦକ୍ଷେପ ବାଦ କୋଭିଡ ସଂକ୍ରମଣ କମାଇବା ଲାଗି ଏହା ହିଁ ଏକମାତ୍ର ପଦକ୍ଷେପ ବୋଲି ସେ କହିଛନ୍ତି । ଏ ଦିଗରେ BMCର ଗାଇଡ଼ଲାଇନ ଏକ ଆଗୁଆ ବ୍ୟବସ୍ଥା । ଲୋକମାନେ ନିଜେ ଭିଡ଼ କମ କରନ୍ତୁ । ପ୍ରଶାସନ ବି ସଜାଗ ରହିଛି । ସମସ୍ତେ ମିଶିକି ନଭେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ, କୋଭିଡକୁ ହରାଇ ପାରିବା । ଶୀତଦିନେ ଅଧିକ କାଶ, ଥଣ୍ଡା ହୋଇଥାଏ । ଏଥିପାଇଁ ସଂକ୍ରମଣ ବୃଦ୍ଧି ପାଇଥାଏ । ତେଣୁ ପାର୍ବଣରେ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.