ETV Bharat / city

Omicron Alert: ବିଦେଶ ଫେରନ୍ତା ଉପରେ ସ୍ବତନ୍ତ୍ର ନଜର

author img

By

Published : Dec 16, 2021, 1:22 PM IST

ବିଦେଶ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି ରାଜ୍ୟ ସରକାର । କେହି ବାହାରୁ ଆସୁଥିବା ବ୍ୟକ୍ତି ଓମିକ୍ରନ ପଜିଟିଭ ଚିହ୍ନଟ ସେ ସରକାରୀ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକରେ ରହିବେ । ଓଡିଶାରେ ଓମିକ୍ରନ ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ବିଦେଶ ଫେରନ୍ତା ଉପରେ ରହିଛି ସ୍ବତନ୍ତ୍ର ନଜର
ବିଦେଶ ଫେରନ୍ତା ଉପରେ ରହିଛି ସ୍ବତନ୍ତ୍ର ନଜର

ଭୁବନେଶ୍ବର: ଦେଶକୁ ଘନେଇଲାଣି ଓମିକ୍ରନ ବିପଦ । ଦକ୍ଷିଣ ଆଫ୍ରିକାରୁ ବାହାରିଥିବା ଏହି ନୂଆ ଭାରିଆଣ୍ଟ ଏବେ ଭାରତର କୋଣ ଅନୁକୋଣକୁ ମାଡିଲାଣି । ଆଶ୍ବସ୍ତିକର ବିଷୟ ଯେ, ଓଡିଶାରେ ଏଯାଏଁ ଏହି ଭାଇରସ ଚିହ୍ନଟ ହୋଇନାହିଁ । ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଓମିକ୍ରନର ପ୍ରବେଶ ପରେ ଏବେ ଛାନିଆ ହୋଇଛି ଓଡିଶା । ବେଳ ଥାଉ ଥାଉ ଏହାକୁ ରୋକିବା ଦିଗରେ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର । ବିଶେଷକରି ବିଦେଶ ଫେରାନ୍ତାଙ୍କ ଉପରେ ସରକାରଙ୍କ ସ୍ବତନ୍ତ୍ର ନଜର ରହିଛି । ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ବିଦେଶ ଫେରନ୍ତା ଉପରେ ରହିଛି ସ୍ବତନ୍ତ୍ର ନଜର

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଓମିକ୍ରନ ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ୫ ଗୁଣ ଅଧିକ ସଂକ୍ରାମକ । ହେଲେ ଏହା କେତେ ଘାତକ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ କୋଭିଡ ଭଳି ଓମିକ୍ରନର ଲକ୍ଷଣ ପ୍ରକାଶ ପାଉଛି । ନୂଆ ଭାରିଆଣ୍ଟ ଉପରେ ଭ୍ୟାକ୍ସିନର ପ୍ରଭାଵ କ'ଣ ରହିବ ତାହା ବିଚାରାଧୀନ ଅଛି । ଓଡିଶା ସରକାର ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକର ବ୍ୟବସ୍ଥା କରାଯିବ । ସେମାନଙ୍କୁ ଅନ୍ୟ କୋଭିଡ ଆକ୍ରାନ୍ତଙ୍କ ଠାରୁ ଅଲଗା ରଖାଯିବ । ଆବଶ୍ୟକସ୍ଥଳେ ଦୁଇ ତିନି ଦିନ ମଧ୍ୟରେ ବି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଛନ୍ତି ।

ଏଥିସହ ଯଦି କୌଣସି ବ୍ୟକ୍ତି ବାହାରୁ ଆସୁଛନ୍ତି ତେବେ ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଗାଁ ମୁଖିଆ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଆହ୍ବାନ କରିଛନ୍ତି । ଏତଦ୍ ବ୍ୟତୀତ ଏୟାର ସୁବିଧା ପୋର୍ଟାଲରେ ପଞ୍ଜୀକୃତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଓମିକ୍ରନ ଭାଇରସ ଚିହ୍ନଟ ହେଉଛି । ଏବେସୁଦ୍ଧା ଦେଶରୁ ମୋଟ ୭୫ରୁ ଊର୍ଦ୍ଧ୍ବ ମାମଲା ପ୍ରକାଶ ପାଇଲାଣି । ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡିଶାରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଓଡିଶାରୁ ହଜାର ହଜାର ଲୋକେ ଆନ୍ଧ୍ର ଓ କଲିକତା କାମ ସନ୍ଧାନରେ ଯାଉଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ବ୍ୟାପକ ସତର୍କତା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ସହ ସମସ୍ତ କୋଭିଡ ପ୍ରୋଟକଲ ମାନିବାକୁ ଏବଂ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.