ETV Bharat / city

ଦୀନବନ୍ଧୁ ମିଶ୍ର ଆତ୍ମହୁତି ଘଟଣା: କଠୋର ହେଲେ କୁଳାଧିପତି, ମାଗିଲେ ରିପୋର୍ଟ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା । କଠୋର ହେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ:

Dinabandhu Mishra
Dinabandhu Mishra
author img

By

Published : Apr 27, 2021, 2:52 PM IST

ଭୁବନେଶ୍ବର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା । କଠୋର ହେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ । ଘଟଣାର ତୁରନ୍ତ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୁଳାଧିପତି ।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ରାଜ୍ୟପାଳ । କେଉଁ ପରିସ୍ଥିତିରେ ଏଭଳି ଦୁର୍ଭାଗ୍ୟଜନ ଘଟଣା ଘଟିଲା ତାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ଆତ୍ମହୁତି ପୂର୍ବରୁ ଦୀନବନ୍ଧୁ ମିଶ୍ର ସୁଇସାଇଡ ନୋଟରେ କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁ ସହ ଅନ୍ୟ ଦୁଇ ଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ । ଏତେ ବଡ ଘଟଣା ଘଟିବା ପରେ ମଧ୍ୟ କୁଳପତି ପ୍ରଫେସର ମିତ୍ତଲ ସିଣ୍ଡିକେଟ ବୈଠକରେ ଅଧ୍ୟକ୍ଷତା କରିବା ଘଟଣାକୁ କୁଳାଧିପତି ନାପସନ୍ଦ କରିଛନ୍ତି । ସେହିପରି 27 ବର୍ଷ ଚାକିରି କରିବା ସତ୍ତ୍ବେ କାହିଁକି ଦୀନବନ୍ଧୁ ମିଶ୍ରଙ୍କୁ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଯାଇନଥିଲା ତାହାର ପ୍ରଶ୍ନ ଉଠାଇଛନ୍ତି ।

କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ହୃଦୟ ବିଦାରକ ଘଟଣା ଘଟୁଥିବା ବେଳେ କାହିଁକି ରୋକା ଯାଇନଥିଲା ? ସୁଇସାଇଡ ନୋଟରେ ଦୀନବନ୍ଧୁ ଯେଉଁ ଅଭିଯୋଗ କରିଛନ୍ତି ତାହା କେତେଦୂର ସତ୍ୟ ? ଏଭଳି ବିଭିନ୍ନ ବିଷୟ ଉପରେ ସବିଶେଷ ରିପୋର୍ଟ ରାଜଭବନକୁ ପଠାଇବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.