ଫୁଲବାଣୀ : ସାର୍ବଜନୀନ ହୋଲି ପାଳନ ନିଷେଧ ହୋଇଥିବାରୁ କନ୍ଧମାଳ ଜିଲ୍ଲାରେ ଫିକା ପଡ଼ିଯାଇଛି ହୋଲି ପର୍ବ । ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିବାରୁ ଛକ ବଜାର ମୁଖ୍ୟ ରାସ୍ତା ସବୁ ଖାଁ ଖାଁ ରହିଥିଲା । ଫୁଲବାଣୀ ସମେତ ଜିଲ୍ଲାର ବାଲିଗୁଡ଼ା, ଟିକାବାଲି, ଜି.ଉଦୟଗିରି, ରାଇକିଆ, ଫିରିଙ୍ଗିଆ, କୋଟଗଡ ପ୍ରଭୃତି ସହରରେ ଘରେ ଘରେ ପାଳନ ହୋଇଛି ହୋଲିପର୍ବ ।
ଫୁଲବାଣୀରେ ସାହି ପଡୋଶୀଙ୍କ ମଧ୍ୟରେ ରଙ୍ଗର ପର୍ବ ହୋଲି ଏତେ ଜାକଜକମରେ ପାଳିତ ହୋଇପାରିନାହିଁ। ତେବେ ଆପାର୍ଟମେଣ୍ଟ ମଧ୍ୟରେ ଏବଂ ଘରେ ଘରେ ପିଲାମାନେ ପରିବାର ସହିତ ପାଳିଛନ୍ତି ହୋଲି । ବିଭିନ୍ନ ସ୍ଥାନରେ ପୋଲିସ ଓ ମାଜିଷ୍ଟ୍ରେଟ ମୁତୟନ ରହି କଟକଣାକୁ ତଦାରଖ କରୁଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ