ETV Bharat / city

ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ରୋଲ ମଡେଲ ହେବାକୁ ପରାମର୍ଶ - ଦୁଇଦିନିଆ ସମ୍ମିଳନୀ

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପା ଦ୍ୱାରା ପ୍ରଥମ କରି ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ । ଅଧିକ ପଢାନ୍ତୁ

ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ରୋଲ ମଡେଲ ହେବା ପାଇଁ ପରାମର୍ଶ

author img

By

Published : Sep 28, 2022, 9:58 AM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଓସେପା ଦ୍ବାରା ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ । ତେବେ ଏହି ଦୁଇଦିନିଆ ସମ୍ମିଳନୀରେ 'ଏଡୁ ଇନ୍‌ଭେଷ୍ଟ ୨୦୨୩’ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଫଳାଫଳ ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ ବୋଲି କହିଛନ୍ତି ଉପେନ୍ଦ୍ର ତ୍ରିପାଠୀ ।

ଏଥିସହ ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ଅଭିନବ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ ପାଇଁ ସଜେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ । ତେବେ ଉତ୍ସବର ଅନ୍ୟତମ ଅତିଥି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇଥିଲେ । ସେଠାରେ ସେ ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ନିଜ ଛାତ୍ର ଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ । ଏଥିସହ ଜଣେ ଗୁରୁ କିପରି ଛାତ୍ରଜୀବନକୁ ପ୍ରଭାବିତ କରିପାରେ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ ।

ଶିକ୍ଷକମାନେ ଛାତ୍ରଙ୍କ ପାଇଁ ରୋଲ ମଡେଲ ହେବା ସଙ୍ଗେ ସଙ୍ଗେ ନିଜର ଆତ୍ମସମୀକ୍ଷା କରି ନିଜେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ସମ୍ପ୍ରତି ଓଡ଼ିଶାର ପିଲାମାନେ କିପରି ବିଭିନ୍ନ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଆଗୁଆ ହେବେ ସେ ଦିଗରେ ପ୍ରୟାସ କରିବା ପାଇଁ ସେ ଅଧ୍ୟକ୍ଷମାନଙ୍କୁ ଆହ୍ବାନ ଦେଇଥିଲେ । ତେବେ ସମ୍ମିଳନୀର ଦ୍ବିତୀୟ ଦିବସ ପ୍ରାରମ୍ଭରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ସୂଚନା ଥାଉକି, ଦୁଇଦିନିଆ ସମ୍ମିଳନୀର ପ୍ରଥମ ଦିବସ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । 2022 ମସିହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବର୍ଗର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେବା ସହ ଆଗାମୀ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.