ETV Bharat / city

ଧଉଳି ଶାନ୍ତି ସ୍ତୂପ: ମରାମତିବେଳେ ଭାଙ୍ଗିଲା ବୁଦ୍ଧଙ୍କ ମୁହଁ

author img

By

Published : Jun 1, 2022, 10:47 PM IST

ମରାମତି କାମ ଦାୟିତ୍ବ ନେଇଥିବା ଠିକା ସଂସ୍ଥାର ଦାୟିତ୍ବ ହୀନତା ପାଇଁ ଧଉଳି ଶାନ୍ତି ସ୍ତୂପରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ମୁହଁରୁ କିଛି ଅଂଶ ଭାଙ୍ଗିଯାଇଛି । ଅଧିକ ପଢନ୍ତୁ

ମରାମତି ବେଳେ ଧଉଳି ଶାନ୍ତି ସ୍ତୂପରେ ଭାଙ୍ଗିଲା ବୁଦ୍ଧଙ୍କ ମୁହଁ

ଭୁବନେଶ୍ବର: ଧଉଳି ଶାନ୍ତି ସ୍ତୂପରେ ଚାଲିଥିବା ମରାମତି କାମବେଳେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ମୁହଁ ଭାଙ୍ଗିଯାଇଛି । ମରାମତି କାମ ଦାୟିତ୍ବ ନେଇଥିବା ଠିକା ସଂସ୍ଥାର ଦାୟିତ୍ବ ହୀନତା ପାଇଁ ପ୍ରତିମୂର୍ତ୍ତିର ମୁହଁରୁ କିଛି ଅଂଶ ଭାଙ୍ଗିଯାଇଛି । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଘଟଣା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓବିସିସିର ଅଧିକାରୀମାନେ ଧଉଳି ଆସି ଘଟଣାର ଛାନ୍‌ଭିନ୍ ଚଳାଇଛନ୍ତି ଓ ଭଙ୍ଗା ମୂର୍ତ୍ତିର ମରାମତି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଶାନ୍ତି ସ୍ତୂପର ମରାମତି ପାଇଁ ସେଠାରେ ସବୁଆଡେ ଲୁହା ପାଇପ୍ ବନ୍ଧାଯାଇଛି । ଆଉ ମରାମତି କାମ ଚାଲିଛି । ଲୁହା ଭାଡି ବାନ୍ଧିବାବେଳେ ଅସାବଧାନତା ଭାବେ ପାଇ ବାଜି ବୁଦ୍ଧ ମୂର୍ତ୍ତି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ସେହିପରି ଆସନ୍ତା କାଲି ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଏକ ଟିମ୍ ଶାନ୍ତି ସ୍ତୂପରେ ପହଞ୍ଚି ମୂର୍ତ୍ତି ଭଙ୍ଗା ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.