ETV Bharat / city

7ରୁ ଧଉଳି କଳିଙ୍ଗ ମହୋତ୍ସବ

author img

By

Published : Jan 31, 2020, 5:56 PM IST

16ତମ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଉତ୍ସବ ଆସନ୍ତା 7 ତାରିଖରୁ 3  ଦିନ ଧରି ଚାଲିବ। ଯେଉଁଥିରେ  ବିଭିନ୍ନ ପ୍ରକାର  ଶାସ୍ତ୍ରୀୟ ଓ ସାମରିକ ନୃତ୍ୟର  ମଜା ନେବେ ଦର୍ଶକ। ଅଧିକ ପଢନ୍ତୁ...

dhauli  kalinga mohasav
7ରୁ ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: 16ତମ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଉତ୍ସବ ଆସନ୍ତା 7 ତାରିଖରୁ 3 ଦିନ ଧରି ଚାଲିବ। ଯେଉଁଥିରେ ବିଭିନ୍ନ ପ୍ରକାର ଶାସ୍ତ୍ରୀୟ ଓ ସାମରିକ ନୃତ୍ୟର ମଜା ନେବେ ଦର୍ଶକ। ଏ-ନେଇ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ମୁଖ୍ୟ ଗୁରୁ ଅରୁଣା ମହାନ୍ତି ପ୍ରକାଶ କରୁଛନ୍ତି। ଧଉଳୀକୁ ଦେଶବିଦେଶ ପର୍ଯ୍ୟଟକଙ୍କ ନିକଟରେ ଉପସ୍ଥାପିତ କରିବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଧଉଳି ଶାନ୍ତିସ୍ତୁପର ପାଦ ଦେଶରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଭାରତନାଟ୍ୟମ୍ ଓ କଥକ ନୃତ୍ୟ ମଧ୍ୟ ସ୍ଥାନ ପାଇବ। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ନୃତ୍ୟ ଶିଳ୍ପୀମାନେ ଆସୁଥିବା ସେ କହିଛନ୍ତି।

7ରୁ ଧଉଳି କଳିଙ୍ଗ ମହୋତ୍ସବ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃତ୍ୟ ଶିଳ୍ପି ମାୟାଧରଙ୍କୁ କଳିଙ୍ଗ ବୁଦ୍ଧ ସମ୍ମାନ ଦିଆଯିବ। ସେହିପରି 4 ଜଣ ବ୍ୟକ୍ତି ବିଶେଷଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ଏକାଡେମୀର ମୁଖ୍ୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ ଇଟିଭି ଭାରତ

Intro:ଉତ୍ସବ ମୁଖରିତ ହେବ ଧଉଳି ପାଦଦେଶ।ନୃତ୍ୟର ବିଭିନ୍ନ ରସରେ ନିମଜ୍ଜିତ ହେବେ ଦର୍ଶକ।କମ୍ପି ଉଠିବ ସମଗ୍ର ପରିବେଶ।କାରଣ ଆସନ୍ତା 7 ତାରିଖରୁ ଏହି ଶାନ୍ତି ସ୍ତୂପର ପାଦଦେଶରେ ଆରମ୍ଭ ହେବାକୁ ଯାଉଛି 16ତମ ଧଉଳି କଳିଙ୍ଗ ମହୋତ୍ସବ।

Body:ଓଡିଶା ଡ୍ୟାନ୍ସ ଏକାଡେମୀ,ଓଡିଶା ପର୍ଯ୍ୟଟନ ପକ୍ଷରୁ ଓ ଆର୍ଟ ଭିଜନ ର ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ଉତ୍ସବ ତିନି ଦିନ ଧରି ଚାଲିବ।ଯେଉଁଥିରେ ବିଭିନ୍ନ ପ୍ରକାର ଶାସ୍ତ୍ରୀୟ,ସମସାମୟିକ ଓ ସାମରିକ ନୃତ୍ୟର ଉନ୍ନତ ପ୍ରଦର୍ଶନ ଦର୍ଶକମାନେ ଉପଭୋଗ କରି ପାରିବେ।ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ମୁଖ୍ୟ ଗୁରୁ ଅରୁଣା ମହାନ୍ତି ପ୍ରକାଶ କରିଛନ୍ତି କି ଧଉଳିକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ନିକଟରେ ଉପସ୍ଥାପିତ କରିବା ସହ ଏହାକୁ ସେମାନଙ୍କ ପର୍ଯ୍ୟଟନ କ୍ୟାଲେଣ୍ଡର ରେ ସ୍ଥାନ ଦେବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି।ଏଥିରେ ଓଡିଶୀ ,ଭାରତନାଟ୍ୟମ,କଥକ ଭଳି ଶାସ୍ତ୍ରୀୟ ନୃତ୍ୟ ସହିତ ସାମରିକ ନୃତ୍ୟ ଓ ସମସାମୟିକ ବା କଣ୍ଟେମ୍ପରାରୀ ନୃତ୍ୟ ପ୍ରଦର୍ଶନ କରାଯିବ।ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ନୃତ୍ୟଶିଳ୍ପୀମାନେ ଓ ଆନୁଷ୍ଠାନ ମାନେ ଆସୁଥିବା ସେ କହିଛନ୍ତି।ପ୍ରତିବର୍ଷ ଭଳି ଏବର୍ଷ ବିଶିଷ୍ଟ ନୃତ୍ୟଶିଳ୍ପୀ ମାୟାଧର ରାଉତ ଙ୍କୁ କଳିଙ୍ଗ ବୁଦ୍ଧ ସମ୍ମାନ ଦିଆଯିବ।ଏହା ସହିତ 4ଜଣ ଏହି କ୍ଷେତ୍ରର ପାରଦର୍ଶିତା ଲାଭ କରିଥିବା 4ଜଣ ବ୍ୟକ୍ତି ବିଶେଷଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପର୍ଯ୍ୟଟନ ବିଭାଗ ଓ ଆର୍ଟ ଭିଜନ ର ସଦସ୍ୟମାନେ ଉପସ୍ଥିତ ରହି ଏହି ଉତ୍ସବକୁ କିପରି ଆହୁରି ସରସ ସୁନ୍ଦର କରାଯାଇ ପାରିବ ସେ ବିଷୟରେ ଉଲ୍ଲେଖ କରିଥିଲେ।
ବାଇଟ-ଅରୁଣା ମହାନ୍ତି-ଓଡିଶା ଡ୍ୟାନ୍ସ ଏକାଡେମୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.