ETV Bharat / city

ଆରମ୍ଭ ହେଲା ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ

author img

By

Published : Feb 6, 2021, 10:53 PM IST

କୋରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ । ଧଉଳି ଶାନ୍ତିସ୍ତୁପର ପାଦ ଦେଶରେ ନୃତ୍ୟଶିଳ୍ପୀଙ୍କ ନୂପୁରର ଛମ ଛମ ସହିତ ଆରମ୍ଭ ହୋଇଛି କଳିଙ୍ଗ ଧଉଳି ମହୋତ୍ସବ । ଅଧିକ ପଢନ୍ତୁ...

dhauli kalinga festival
ଆରମ୍ଭ ହେଲା ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: ଆରମ୍ଭ ହୋଇଛି ସପ୍ତଦଶ କଳିଙ୍ଗ ଧଉଳି ମହୋତ୍ସବ । ନୃତ୍ୟଶିଳ୍ପୀଙ୍କ ନୂପୁରର ଛମ ଛମ ସହିତ ଆରମ୍ଭ ହୋଇଛି ମହୋତ୍ସବ ଓଡିଶା । ମଡର୍ଣ୍ଣ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ବାରା ଦଶାବତାର ନୃତ୍ୟ ପରିବେଷଣ କରାଯାଇଥିଲା ।

ଆରମ୍ଭ ହେଲା ସପ୍ତଦଶ ଧଉଳି କଳିଙ୍ଗ ମହୋତ୍ସବ

ଧଉଳି ଶାନ୍ତିସ୍ତୁପର ପାଦ ଦେଶରେ ନୃତ୍ୟଶିଳ୍ପୀଙ୍କ ନୁପୁରର ଛମ ଛମ ସହିତ ଆରମ୍ଭ ହୋଇଛି ସପ୍ତଦଶ କଳିଙ୍ଗ ଧଉଳି ମହୋତ୍ସବ। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିବାବେଳେ ପର୍ଯ୍ୟଟନ ସଚିବ ବିଶାଳ ଦେବ ଓ ଅନ୍ୟାନ୍ୟ ଅତିଥିମାନେ ଏଥିରେ ଯୋଗଦେଇଥିଲେ । ଉଦଘାଟନ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ଅର୍ଘ୍ୟ ଭାବେ ଓଡିଶା ମଡର୍ଣ୍ଣ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ବାରା ଦଶାବତାର ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ପରେ କଲିକତାର ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟ ଓ ସାଥୀଙ୍କ ଦ୍ବାରା କଥକ ନୃତ୍ୟ ପରିବେଷଣ କରାଯାଇଥିଲା ।

ଶେଷ କାର୍ଯ୍ୟକ୍ରମ ଭାବେ ସଦାଶିବ ପ୍ରଧାନ ଓ ସାଥୀଙ୍କ ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ସୂଚନାଯୋଗ୍ୟ କୋରୋନା କଟକଣା ମଧ୍ୟରେ ଏହି ଉତ୍ସବ ଖୋଲା ଆକାଶ ତଳେ ଆୟୋଜିତ ହୋଇଥିବାବେଳେ ଦର୍ଶକଙ୍କ ସଂଖ୍ୟାକୁ କମ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.