ETV Bharat / city

ଓଡିଆ ହକି ଖେଳାଳିଙ୍କ ସହ ରାତ୍ର ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Aug 21, 2021, 9:17 AM IST

ଅଲମ୍ପିକ୍ସରେ ସ୍ଥାନ ପାଇଥିବା ପୁରୁଷ ଓ ମହିଳା ଦଳର ଓଡିଆ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରାତ୍ର ଭୋଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଓଡିଆ ହକି ଖେଳାଳିଙ୍କ ସହ ରାତ୍ର ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ
ଓଡିଆ ହକି ଖେଳାଳିଙ୍କ ସହ ରାତ୍ର ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳିଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଏମାନଙ୍କୁ ଭୁବନେଶ୍ବରରେ ଭେଟି ଶୁଭେଚ୍ଛା ଜଣାଇବା ସହ ରାତ୍ର ଭୋଜନ କରିଥିବା ଜଣାପଡିଛି ।

ଦିପଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱରରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ ମଧ୍ୟ କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ସୁପୁତ୍ର ଏବଂ ସୁପୁତ୍ରୀ ଟୋକିଓ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ସମଗ୍ର ଭାରତବର୍ଷକୁ ଗୌରବ କରିଛନ୍ତି । ସେମାନଙ୍କର ଉତ୍କର୍ଷତାର ଯାତ୍ରା ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.