ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲଳିତ କଳା ଏକାଡେମୀ ପକ୍ଷରୁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଆଜି ଘୋଷଣା କରାଯାଇଛି। ଅନେକ ଦିନ ଧରି ପୁରସ୍କାର ପ୍ରଦାନରେ ଅନିୟମିତତା ହେବା ଫଳରେ ଗତ ଅଗଷ୍ଟ ମାସରେ 2009 ରୁ 2015 ପର୍ଯ୍ୟନ୍ତ 7 ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।
ଶୁକ୍ରବାର ଅବଶିଷ୍ଟ ବର୍ଷ ପର୍ଯ୍ୟନ୍ତ ରହି ଯାଇଥିବା ବର୍ଷ ମାନଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି କ୍ରମରେ 2016 ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ବନବିହାରି ପରିଡା, 2017 ମସିହା ପାଇଁ ଶ୍ୟାମ ସୁନ୍ଦର ପଟ୍ଟନାୟକ, 2018 ମସିହା ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, 2019 ମସିହା ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ 2020 ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି ।
ଏହା ସହିତ ଏହି ପାଞ୍ଚ ବର୍ଷ ପାଇଁ ପାଞ୍ଚ ଜଣ ଲେଖାଏଁ ଶିଳ୍ପୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ। ଯାହାର ନାମ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏକ ସ୍ବତନ୍ତ୍ର ଉତ୍ସବରେ ଘୋଷଣା କରିଛନ୍ତି। ଧର୍ମପଦ ପୁରସ୍କାର ବାବଦକୁ ଶିଳ୍ପୀଙ୍କୁ 5 ଲକ୍ଷ ଟଙ୍କା ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ସେହିପରି ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ 1ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ଖୁବଶୀଘ୍ର ଏକ ଉତ୍ସବ ଆୟୋଜନ କରାଯାଇ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କୁହାଯାଏ।
ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ନାମ ବର୍ଷ ଅନୁଯାୟୀ 2016
1-ଚନ୍ଦ୍ର କୁମାର ସାମନ୍ତରାୟ
2-ଶରତ ଚନ୍ଦ୍ର ମହାନ୍ତି
3-ବସନ୍ତ କୁମାରୀ ସାମନ୍ତ
4-ବାଞ୍ଛାନିଧି ପଟ୍ଟନାୟକ
5-ଯୋଗେଶ ପ୍ରସାଦ ଦାନୀ
2017
1-ରାଧାଶ୍ୟାମ ବିଶୋଇ
2-ଦେବେନ୍ଦ୍ର ଦାସ
3-ବନମାଳୀ ମାହାପାତ୍ର
4-ଲଲାଟ ମୋହନ ପଟ୍ଟନାୟକ
5-ଡକ୍ଟର ଅଲେଖ ଚରଣ ସାହୁ
2018
1-ଶ୍ରୀଧର ମହାରଣା
2-ଗୋକୁଳାନନ୍ଦ ଦାସ
3-ଟୁନେନ୍ଦ୍ର ପଟ୍ଟନାୟକ
4-କଳ୍ପତରୁ ମହାରଣା
5-ଅଶୋକ କୁମାର ମହାନ୍ତି
2019
1-ଶ୍ରୀନିବାସ ପଢିହାରୀ
2-ଲକ୍ଷ୍ମୀଧର ରଣା
3-ବ୍ରଜକିଶୋର ଜେନା
4-ପ୍ରଶାନ୍ତ କୁମାର ଦାସ
5-ଗୌରାଙ୍ଗ ବାରିକ
2020
1-ରବିନାରାୟଣ ରଥ
2-ବିଜୟ କୁମାର ପରିଡା
3-ପ୍ରଭାକର ମହାରଣା
4-ଦୀନବନ୍ଧୁ ମହାପାତ୍ର
5-ବୃନ୍ଦାବନ ମହାରଣା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ