ETV Bharat / city

ଧର୍ମଶାଳା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, OHRC ନିକଟରେ ହାଜର ହେଲା ପୀଡିତା ପରିବାର

author img

By

Published : Jan 28, 2020, 9:49 PM IST

Updated : Jan 28, 2020, 10:04 PM IST

ଧର୍ମଶାଳା ନାବାଳିକା ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜ୍ୟ ମାନବାଧିକାରଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ । କମିଶନ ମାମଲାକୁ ଗ୍ରହଣ କରି କଡା ନିର୍ଦ୍ଦେଶ ଦେଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

HRC ନିକଟରେ ହାଜର ହେଲା କଂଗ୍ରେସ
HRC ନିକଟରେ ହାଜର ହେଲା କଂଗ୍ରେସ

ଭୁବନେଶ୍ବର: ଓଡିଶାରେ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହିଁ ରାଜ୍ୟ ସରକାର । ବାରମ୍ବାର ନାବାଳିକାଙ୍କୁ ନିର୍ଯାତନା ଓ ଦୁଷ୍କର୍ମ କରାଯାଉଛି । ଏଥିରେ ପୋଲିସର ସଂପୃକ୍ତି ରହୁଛି । ଯାହା ଚିନ୍ତାଜନକ । ଏପରି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ଧର୍ମଶାଳା ନାବାଳିକା ନିର୍ଯ୍ୟାତନା ମାମଲା; HRC ନିକଟରେ ହାଜର ହେଲା କଂଗ୍ରେସ

ଯାଜପୁର ଧର୍ମଶାଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି କଟକରେ ପୋଲିସ କର୍ମଚାରୀଙ୍କ ଘରେ ଦୀର୍ଘ 3 ଦିନ ରଖି ନିର୍ଯାତନା ଘଟଣାରେ ପୋଲିସକୁ ଟାର୍ଗେଟ କରିଛି କଂଗ୍ରେସ । ଏପ୍ରସଙ୍ଗରେ ଦଳ ମଙ୍ଗଳବାର ଏଚଆରସିଙ୍କ ନିକଟରେ ଅଭିଯୋଗ କରିବା ସହ ପୀଡିତା ପରିବାରକୁ ସୁରକ୍ଷା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛି । ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ କମିଶନଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦେବା ସହ ପୀଡିତାଙ୍କ ପାଇଁ କ୍ଷତିପୂରଣ ଓ ସୁରକ୍ଷା ତୁରନ୍ତ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ପ୍ରଦୀପ କମିଶନଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି, ପୋଲିସ ବିଭାଗରେ ରହି ଯଦି ଏପରି ଘଟଣାରେ ସମ୍ପୃକ୍ତି ରହିବେ ତେବେ ପୋଲିସ ଅଧିକାରୀ କେତେ ଦୂର ପୀଡିତାଙ୍କୁ ନ୍ୟାୟ ଦେବେ ? ବୋଲି ପ୍ରଶ୍ନ କରିଛନ୍ତି ସେ । ସେହି ଦୃଷ୍ଟିରୁ ମାମଲାକୁ ସ୍ବାଧୀନ ଭାବେ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଏହି ଘଟଣାକୁ ରାଜ୍ୟ ମାନବ ଅଧିକାର ଆୟୋଗ ଗୁରୁତ୍ବର ସହ ନେଇଛନ୍ତି । ପୀଡିତାଙ୍କ ସମେତ ତାଙ୍କ ପରିବାରଙ୍କୁ ସୁରକ୍ଷା ଦିଆଯିବ । ଯେହେତୁ ପୀଡିତା 10ମ ଶ୍ରେଣୀରେ ପାଠ ପଢୁଛନ୍ତି ଓ ପରୀକ୍ଷା ଆଗକୁ ରହିଛି ତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଏହା ସହ 3 ରୁ 7 ଦିନ ଭିତରେ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 10 ତାରିଖରେ ହେବ ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନରେ ଅପହରଣ ପରେ କଟକରେ ଦୁଷ୍କର୍ମ କରାଯାଇଥିଲା । ନାବାଳିକାକୁ ନିଶା ଦେଇ ଦୀର୍ଘ 3 ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ରଖାଯାଇଥିଲା । ତାହା ପୁଣି ଏକ ପୋଲିସ ବାବୁଙ୍କ ଘରେ। ଅପହରଣ କରିଥିବା ମୁଖ୍ୟ ଅଭିଯୁକ୍ତ ଓ ତାର ଭାଇ ମିଶି ତାଙ୍କର ଭଉଣୀ ଘରେ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଓଏଚଆରସିରେ ଧର୍ମଶାଳା ପିଡିତା, ସୁରକ୍ଷା ଲୋଡିଛନ୍ତି ପିଡିତା ଓ ପରିବାର।

ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ନାରୀ ସୁରକ୍ଷା ଦେଇ ପାରୁ ନାହୁଁ ରାଜ୍ୟ ସରକାର। ବାରମ୍ବାର ନାବାଳିକାଙ୍କୁ ନିର୍ଯ୍ୟାତନା ଓ ଦୁଷ୍କର୍ମ କରାଯାଉଛି। ଏଥିରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରଦୀପ ମାଝୀ। ଯାଜପୁର ର ନାବାଳିକାକୁ ଅପହରଣ କରି କଟକରେ ଜଣେ ପୋଲିସର ଘରେ ଦୀର୍ଘ 3 ଦିନ ରଖିବା ନେଇ ପୋଲିସ ଉପରେ ଟାର୍ଗେଟ କରିଛି କଂଗ୍ରେସ। ଯାହା ଆଜି ଓଏଚଆରସି ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Body:

ଓଏଚଆରସିରେ ସମସ୍ତ ତଥ୍ୟ ଦିଆଯାଇଛି। ଏହି ଘଟଣାରେ ପୋଲିସର ସିଧାସଳଖ ଭାବରେ ହାତ ରହିଛି। ପୋଲିସ ବିଭାଗରେ ରହି ଯଦି ଏପରି ଭାବରେ ଘଟଣାରେ ସମ୍ପୃକ୍ତି ରହିବେ ପୋଲିସ ଅଧିକାରୀ ତେବେ କେତେଦୂର ଏଭଳି ପିଡିତାଙ୍କୁ ନାୟମିଳିବା ସେନେଇ ଏକ ବଡ ପ୍ରଶ୍ନବାଚି ସୃଷ୍ଟି କାରୁଛି ବୋଲି କରିଛି କଂଗ୍ରେସ। ଏହା ସହ ଏକ ସ୍ୱାଧୀନ ଭାବରେ ତଦନ୍ତ କରାଯାଉ ।

ବଡ ପ୍ରଶ୍ନ ପରିବାରର ସୁରକ୍ଷା। ଏହି ଘଟଣାକୁ ରାଜ୍ୟ ମାନବ ଅଧିକାର ଆୟୋଗ ଧ୍ୟାନର ସହ ନେଇଛନ୍ତି। ଯାହା ପିଡିତାଙ୍କୁ ସମେତ ତାଙ୍କ ପରିବାରଙ୍କୁ ସୁରକ୍ଷା ଦିଆଯିବ। ଯେହେତୁ ପିଡିତା 10 ଶ୍ରେଣୀ ରେ ପାଠ ପଢୁଛି ଓ ପରୀକ୍ଷା ଆଗକୁ ରହିଛି ତେବେ ପରୀକ୍ଷା ରେ ସମସ୍ତ ପ୍ରକାରର ସୁବିଧା କରାଯିବ। ଏହା ସହ 3 ରୁ 7 ଦିନ ଭିତରେ ଆର୍ଥିକ ସହାୟତା ଦେବାକୁ ପଡିବ। ଯେହେତୁ ସେ ଏକ ଅନ୍ୟ ଜାତିର ଝିଅ ସେଥିପାଇଁ ସମସ୍ତ ଅଭିଯୁକ୍ତଙ୍କ ନାମରେ ସମସ୍ତ ଦଫା ଲାଗିବା ଉଚିତ। ହାକୁ ନେଇ ଯାଜପୁର ଏସପି ଙ୍କୁ ନୋଟିସ କରିଛନ୍ତି ଓଏଚଆରସି। ଯାହା ଆସନ୍ତା ଫେବୁୟାରୀ 10 ତାରିଖରେ ହଜାର ହେବା ପାଇଁ କହିଛନ୍ତି।

କେବଳ ଏହି ଘଟଣା ନୁହେଁ ରାଜ୍ୟରେ ଅନେକ ଘଟଣା ଘଟୁଛି ଯାହା ଝିଆ ମାନେ ନ୍ୟାୟ ପାଉନାହାନ୍ତି। ରାଜ୍ୟରେ ରହିଥିବା ସରକାର ତାଙ୍କର ପୋଲିସ ବିଭାଗ ଉପରେ ଆଶା ବିଶ୍ୱାସ ଉଠିଗଲାଣି ଯାହା ଫଳରେ ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଆସିଛୁ ।ଏଠାରେ ନ୍ୟାୟ ମିଳିବ ପିଡିତା ନବାଲିକାଟିକୁ ବୋଲି ଆଶା ବିଶ୍ୱାସ ରହିଛି ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନରେ ଅପହରଣ ପରେ କଟକରେ ଦୁଷ୍କର୍ମ କରାଯାଇଥିଲା। ଯାହା ନବାଲିକାଟିକୁ ନିଶା ଦେଇ ଦୀର୍ଘ 3 ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ରଖାଯାଇଥିଲା। ତାହା ପୁଣି ଏକ ପୋଲିସ ବାବୁ ଙ୍କ ଘରେ। ଅପହରଣ କରିଥିବା ମୁଖ୍ୟ ଅଭିଯୁକ୍ତ ଓ ତାର ଭାଇ ମିଶି ତାଙ୍କର ଭଉଣୀ ଘରେ ରଖିଥିଲେ । ଯାହା ଭଉଣୀ ଓ ଭିଣେଇ ଦୁଇ ଜଣ ଥିଲେ ପୋଲିସ ରେ। ହେଲେ ଏହାକୁ ବିରୋଧ ନକରିବା ପୋଲିସର କାର୍ଯ୍ୟ ନକରିକି ଅଭିଯୁକ୍ତଙ୍କ ସମେତ ପିଡିତାଙ୍କୁ ଘରେ 3 ଦିନ ଧରି ରଖିଥିଲେ। ଯାହା ପୋଲିସ ବିଭାଗ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରୁଛି।

Byte- ପ୍ରଦୀପ ମଝି, କଂଗ୍ରେସ ନେତା।

Conclusion:
Last Updated : Jan 28, 2020, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.