ETV Bharat / city

ଧର୍ମଶାଳାରେ ବିଜେପି ହାତ ଛାଡିଲେ 12 ତୁଙ୍ଗ ନେତା

author img

By

Published : Sep 24, 2021, 8:47 PM IST

ଦଳ ଛାଡିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ । ବିଜେପି ନେତା ରମେଶ ଚନ୍ଦ୍ର ପରିଡାଙ୍କ ସହ ୧୧ ବିଜେପି ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ବିଜେଡିରେ ଯୋଗଦେଲେ ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମେତ 12 ତୁଙ୍ଗ ନେତା

ଭୁବନେଶ୍ବର: ଯାଜପୁର ତଥା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । 2009, 2014, 2019 ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ଦଳ ଛାଡ଼ିଛନ୍ତି । ତେବେ ସେ ଦଳ ଛାଡିବା ପରେ ସେ ବିଜେଡିରେ ମିଶିଥିଲେ ।

ରମେଶଙ୍କ ସମେତ ବିଭିନ୍ନ ପଦ ପଦବୀରେ ଥିବା ଅନ୍ୟ ୧୧ ଜଣ ତୁଙ୍ଗ ନେତା ବିଜେପିକୁ ବାଏ ବାଏ କରିଛନ୍ତି । ଦଳର ବିଭିନ୍ନ ପଦ ପଦବୀ ସହ ନେତାମାନେ ବିଜେପି ପ୍ରାଥମିକ ପଦବୀରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ଧର୍ମଶାଳା ବିଧାନସଭା ଆସନରୁ 3 ଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ପୂର୍ବରୁ ବିଜେଡିରେ ଥିଲେ । 2009 ନିର୍ବାଚନ ପୂର୍ବରୁ ବିଜେଡ଼ି ଛାଡି ସେ ବିଜେପିରେ ମିଶିଥିଲେ ।

ତେବେ ଯୁବ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ରମେଶଙ୍କ ସମେତ 12 ଜଣ ତୁଙ୍ଗ ନେତା ବିଜେଡିରେ ଯୋଗ ଦେଇଛନ୍ତି ।

ରମେଶ ବିଜେଡ଼ିରେ ମିଶିବା ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ କମିଟର ସଦସ୍ୟ ଥିଲେ । କଂଗ୍ରେସ ଛାଡି ସ୍ମୃତିରେଖା ପହି ବିଜେପିରେ ମିଶିବା ପରେ ରମେଶ ଅଣଦେଖା ହୋଇପଡିଥିବା ଅନୁମାନ କରାଯାଉଥିଲା । ଫଳରେ ସେ ଦୀର୍ଘ ଦିନ ହେଲା ବିଜେପି ଛାଡିବେ ବୋଲି ଆଶଙ୍କା କରାଯାଉଥିଲା । ଏନେଇ ଆଜି (ଶୁକ୍ରବାର) ରମେଶଙ୍କ ସମେତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚୈତନ୍ୟ ସାମଲ, ଜିଲ୍ଲା ବିଜେପି ଉପସଭାପତି ମହେନ୍ଦ୍ର ପଣ୍ଡା, କବାଟବନ୍ଧ ମଣ୍ଡଳ ସଭାପତି ବିଜୟ କୁମାର ନାୟକ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ।

ସେହିପରି ଜେନାପୁର ମଣ୍ଡଳ ସଭାପତି ନିରଞ୍ଜନ ବେହେରା, ଅରୁହା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ଆଶିଷ କୁମାର ବଳ, ଜେନାପୁର ଯୁବମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ଦାସ, ଜେନାପୁର ମଣ୍ଡଳ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । ଚୈତନ୍ୟ ସାମଲ, ମହେନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ନିରଞ୍ଜନ ବେହେରା, ଅଶୋକ କୁମାର ସାହୁ, ଆଶିଷ କୁମାର ବଳ, ବିଭୁ ପ୍ରସାଦ ଦାସ, ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.