ETV Bharat / city

Dhamnagar Bypoll: ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଆାକାଉଣ୍ଟ ଫ୍ରିଜ କରାଯାଉ: ବିଜେପି

author img

By

Published : Oct 17, 2022, 9:08 PM IST

ଧାମନଗର ଉପନିର୍ବାଚନ (Dhamnagar Bypoll) ରେ ସ୍ବୟଂ ସହାୟିକା ଗୋଷ୍ଠୀ ଏସଏଚଜିର ଗ୍ରୁପ ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି । ସମସ୍ତ ଏସଏଚଜିର ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି । ଏପରି ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

Dhamnagar Bypoll
Dhamnagar Bypoll

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar Bypoll) ରେ ସ୍ବୟଂ ସହାୟିକା ଗୋଷ୍ଠୀ ଏସଏଚଜିର ଗ୍ରୁପ ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି । ସମସ୍ତ ଏସଏଚଜିର ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି । ଏପରି ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

Dhamnagar Bypoll: ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଆାକାଉଣ୍ଟ ଫ୍ରିଜ କରାଯାଉ: ବିଜେପି

ଦଳ ଅଭିଯୋଗ କରିଛି ଧାମନଗର ଉପନିର୍ବାଚନରେ ଏସଏଚଜି ଗ୍ରୁପ ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି । ସମସ୍ତ ଏସଏଚଜି ଗ୍ରୁପର ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି । ଏପରି ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ଦାବି କରିଛି ଯେ, ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଧାମନଗରର ସମସ୍ତ ଏସଏଚଜି ଗ୍ରୁପର ବ୍ୟାଙ୍କ ଆକଉଣ୍ଟ ଫ୍ରିଜ କରାଯାଉ। ସମସ୍ତ Mbk ଓ CRP ଙ୍କୁ ଏକାଠି କରି ଟଙ୍କା ବାଣ୍ଟିବାକୁ ଶାସକଦଳ ପ୍ରୟାସ କରୁଛି।

ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ନେବାକୁ ସିଇଓ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛି ବିଜେପି । ଆଗକୁ ପଦକ୍ଷେପ ନ ନେଲେ ତେବେ ସିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.