ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜିପି ସତ୍ୟଜିତ ମହାନ୍ତି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ଗଣଦୁଷ୍କର୍ମ ଅଭିଯୋଗରେ 2 ଜଣଙ୍କୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ବହିସ୍କୃତ ପୋଲିସ ଏବେ ଗିରଫ ହୋଇଛନ୍ତି । ପୀଡିତା ନାବାଳିକା କି ନୁହେଁ ତାହାର ତଦନ୍ତ ହେବ । ମଙ୍ଗଳବାର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କ ସହ ଆଲୋଚନା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ସୋମବାର ପୁରୀରେ ଘଟିଥିବା ଏହି ଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ