ETV Bharat / city

ବିମାନ ଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ, ନ ମାନିଲେ ହେବେ ଦଣ୍ଡିତ

ପୁଣି ବିମାନ ଯାତ୍ରାବେଳେ ମାସ୍କ ହେଲା ବାଧ୍ୟତାମୂଳକ । ନିୟମ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ବିମାନ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ, ନ ମାନିଲେ ହେବେ ଦଣ୍ଡିତ

author img

By

Published : Jun 9, 2022, 7:49 PM IST

ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ କଡ଼ାକଡ଼ି କଲା DGCA । ଏଣିକି ବିମାନ ଯାତ୍ରାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୁଣିଥରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।

ବିମାନ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ, ନ ମାନିଲେ ହେବେ ଦଣ୍ଡିତ

ଏହି କଟକଣା ପୂର୍ବରୁ ଲାଗୁ ହୋଇଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏହାକୁ ବାଧ୍ୟତାମୂଳକ କରାଯାଇନଥିଲା । ମାତ୍ର ପୁଣି ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଅନେକ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ କଟକଣାକୁ କଡାକଡି କରାଯିବ । ଗାଇଡ଼ଲାଇନ ଅନୁସାରେ ଯେଉଁମାନେ ନ ମାନିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

କିଛି ମାସ ବ୍ୟବଧାନ ପରେ ପୁଣି ଦେଶରେ ବଢୁଛି ସଂକ୍ରମଣ । ଏହାରି ମଧ୍ୟରେ ଲୋକମନେ ବିମାନ ଯୋଗେ ଚଳପ୍ରଚଳ କରୁଛନ୍ତି । ଏଣୁ ସଂକ୍ରମଣ ଉପରେ ରୋକ ଲଗାଇବା ଲାଗି ଯାତ୍ରୀମାନେ ବିମାନ ଯାତ୍ରା ସମୟରେ ମାକ୍ସ ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.